ସାଇକେଲରୁ ପଡ଼ି ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ଅଭିଯୋଗ

0

ବାଣପୁର( ସେକ କୌଶର ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି।  ସାଇକେଲରୁ ପଡ଼ି ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି। ଖବର ମୁତାବକ ଆଜି ପୂର୍ବାହ୍ନରେ ନନ୍ଦପୁର ପଞ୍ଚାୟତ ବନ୍ଧମୁଣ୍ଡାଇ ଗ୍ରାମର କାଳୁଚରଣ ପ୍ରଧାନ (୪୭) ଘରେ ଜଳଖିଆ ଖାଇ ଗ୍ରାମ ମନ୍ଦିରକୁ ସାଇକେଲ ଯୋଗେ ବାହାରିଥିଲେ। ତେବେ କିଛି ମିଟର ରାସ୍ତା ଅତିକ୍ରମ କଲାପରେ ହଠାତ କାଳୁଚରଣ ସାଇକେଲରୁ ତଳେ ପଡିଯାଇ ସଂଜ୍ଞାହୀନ ହୋଇ ପଡ଼ିଥିଲେ। ସଙ୍ଗେ ସଙ୍ଗେ ଗ୍ରାମବାସୀ କାଳୁଙ୍କୁ ବାଣପୁର ମେଡିକାଲ ନେଲା ବେଳକୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ପୋଲିସ ସୂଚନା ପାଇ ଏକ ଅପମୃତ୍ୟ ମାମଲା ରୁଜୁ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି।

Leave A Reply

Your email address will not be published.