ଭଞ୍ଜନଗର : ଭଞ୍ଜନଗର ଇଲାକାରେ ବେଆଇନ ଭାବେ ବିଭିନ୍ନ କମ୍ପାନିର ଗ୍ୟାସ ବିତରଣ କରୁଥିବା ଅଭିଯୋଗରେ ଆଜି ଯୋଗାଣ ବିଭାଗ ଏକ ଗ୍ୟାସ ସିଲିଣ୍ଡର ଭର୍ତ୍ତି ଗାଡିକୁ ଅଟକ ରଖିବା ସହ ୫ ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ଜଣାପଡିଛି। ଉପଖଣ୍ଡ ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରାଙ୍କ ସୂଚନା ଅନୁଯାୟୀ, ଭଞ୍ଜନଗର ସହରର ଶଙ୍ଖସାହି ଠାରେ ବେଆଇନ ଭାବେ ଗ୍ୟାସ ବିତରଣ ହେଉଥିବା ନେଇ ଅଭିଯୋଗ ଆସିଥିଲା। ଏହାପରେ ସେଠାରେ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଚଢଉ କରାଯାଇଥିଲା। ସେଠାରେ ଏକ ଡାଲା ଅଟୋ ଗାଡିରେ ୫୫ ଟି ଗ୍ୟାସ ସିଲିଣ୍ଡର ରହିଥିବା ଦେଖିବାକୁ ପାଇଥିଲେ। ଏହି ସମୟରେ ଗାଡିର ଚାଳକ ଗ୍ୟାସ ସିଲିଣ୍ଡର ଯୋଗାଣ ସଂର୍ପକରେ କୌଣସି ସଠିକ କାଗଜପତ୍ର ଦେଖାଇ ପାରିନଥିଲେ। ପରେ ଏହାକୁ ଜବତ କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଅଣାଯାଇଥିଲା। ଜବତ ଗ୍ୟାସ ସିଲିଣ୍ଡର ଓ ଗାଡି ଜଗନ୍ନାଥପ୍ରସାଦ ବ୍ଳକ୍ ରୁଢାପଦର ଇଲାକାର ଜଣେ ଗ୍ରାମୀଣ ଗ୍ୟାସ ବିତରକଙ୍କ ବୋଲି ଜଣାପଡିଥିଲା। ତାଙ୍କର କିଛି ଗ୍ରାହାକ ଏହି ଇଲାକାରେ ରହୁଥିବାରୁ ଗ୍ୟାସ ସିଲିଣ୍ଡର ଆଣିଥିବା ନେଇ ଡିଲର ଜଣକ ସୂଚନା ଦେବା ସହ ଆବଶ୍ୟକ କାଗଜପତ୍ର ପୌଠ କରିବା ପରେ ୫୦୦୦ ଟଙ୍କା ଜୋରିମାନା ଆଦାୟ କରି ଗ୍ୟାସ ସିଲିଣ୍ଡର ଭର୍ତ୍ତି ଗାଡିକୁ ଛଡାଯାଇଥିବା ଶ୍ରୀ ବେହେରା ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post