ରାଉରକେଲା(ବସନ୍ତ କୁମାର ଜେନା): ରାଉରକେଲା ପ୍ଲାଣ୍ଟସାଇଟ ପୋଲିସ ଦୁଇଟି ପୃଥକ ମାମଲାରେ ୬ ଜଣ ନିଶା ଦ୍ରବ୍ୟ କାରବାର କରୁଥିବା ବ୍ୟବସାୟୀଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ନିକଟରୁ ପ୍ରାୟ ୧୦ ଲକ୍ଷ ଟଙ୍କାର ବ୍ରାଉନ ସୁଗର , ୨ ଟି ପିସ୍ତଲ , ୭ ରାଉଣ୍ଡ ଗୁଳି , ୩ ଟି ଦୁଇ ଚକିଆ ଯାନ , ନଗଦ ୧ ଲକ୍ଷ ୨୬ ହଜାର ଟଙ୍କା , ୨୫ ଲକ୍ଷ ଟଙ୍କାର ଦୁଇଟି ବଣ୍ଡ , ୧୩ ଲକ୍ଷ ଟଙ୍କା ପାସ ବୁକ ଡିପୋଜିଟ ଜବତ କରିଛନ୍ତି।
ରବିବାର ସନ୍ଧ୍ୟାରେ ଟ୍ରାଫିକ ଗେଟ୍ ପାର୍କିଙ୍ଗ ସ୍ଥାନ ନିକଟରେ ୩ ଜଣ ସନ୍ଦେହ ଜନକ ଭାବେ ସ୍କୁଟିରେ ଯାଉଥିବା ବେଳେ ଡ୍ୟୁଟି ରେ ଥିବା ପ୍ଲାଣ୍ଟସାଇଟ ପୋଲିସ ସେମାନଙ୍କୁ ଧରି ପଚରା ଉଚୁରା କରିଥିଲେ। ପରେ ସ୍କୁଟିରୁ ପ୍ରାୟ ୮ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ କରିଥିଲେ। ଏହା ସହ ପିସ୍ତଲ , ଗୁଳି ଆଦି ମଧ୍ୟ ଜବତ କରିଥିଲେ। ଅନ୍ୟ ଏକ ମାମଲାରେ ପୋଲିସ ଆଜି ସକାଳେ ମିନାପଡ଼ା ନିକଟରୁ ୩ ଜଣଙ୍କୁ ଗିରଫ କରିବା ସହ ୨ ଲକ୍ଷ ଟଙ୍କା ର ବ୍ରାଉନ ସୁଗର ଜବତ କରିଥିଲେ । ଦୁଇ ଜଣ ନିଶା ବେପାରୀ ଫେରାର ହୋଇ ଯାଇଥିବାରୁ ପୋଲିସ ସେମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛନ୍ତି। ଏହି ମାମଲାର ଅଧିକ ତଦନ୍ତ ଜାରି ରହିଥିବା ଅତିରିକ୍ତ ଏସ ପି ବିକ୍ରମ କେଶରୀ ଭୋଇ କହିଛିନ୍ତି।
Sign in
Sign in
Recover your password.
A password will be e-mailed to you.