ବରଗଡ :- ଗତକାଲି ପାଇକମାଲ ବ୍ଲକ ଭୁବନେଶ୍ୱରପୁର ଗ୍ରାମର ଜଣେ ପନ୍ଦର ବର୍ଷୀୟା ନାବାଳିକା ପାଇକମାଲ ଥାନା ଅଧିକାରୀ ଙ୍କର ନିକଟରେ ହାଜର ହୋଇ ଅଭିଯୋଗ କରିଥିଲେ ଯେ ଗତ ୨୫ ତାରିଖ ରାତିରେ ତାଙ୍କୁ ତାଙ୍କର ଜଣେ ସଂମ୍ପର୍କୀଅ ଭିଣେଇ କଟଙ୍ଗପାଳି ଠାରେ ତାଂକ ସହିତ ଅସଦାଚରଣ କରିଥିଲେ । ଖବର ପାଇବା ପରେ ପାଇକମାଲ ଥାନା ଅଧିକାରୀ ଙ୍କର ନିର୍ଦେଶ କ୍ରମେ ସବ ଇନ୍ସପେକ୍ଟର ଚୁମକି ପ୍ରଭା ନାଥ ପାଇକମାଲ ଥାନାରେ କେଶ ନମ୍ବର 42/22 ଧାରା ,363,376(୩),ipc, 6 POCSO ଆକ୍ଟ ରେ ମାମଲା ରୁଜୁ କରି ଅଭିଯୁକ୍ତ ମୁନିକେଲ ନିବାସୀ ବିଜୟ ସୁନା (୨୭)କୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲେ । ପ୍ରାଥମିକ ତଦନ୍ତ ପରେ ଘଟଣାର ସତ୍ୟତା ଜାଣିବା ପରେ ପୋଲିସ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ କୁ ଜେଲ ଫରୁଆଡ଼ କରାଯାଇଛି ।
Sign in
Sign in
Recover your password.
A password will be e-mailed to you.