ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ) : ନିଶ୍ଚିନ୍ତକୋଇଲି ବ୍ଲକ 24 ନମ୍ବର ଜିଲାପରିଷଦ ଜୋନ ଅନ୍ତର୍ଗତ 8 ଟି ପଞ୍ଚାୟତ ପାଇଁ 26 ତାରିଖ ସକାଳ ୮ ଟାରୁ ଆରମ୍ଭ ହୋଇଥିବା ଭୋଟ ଗଣତି 27 ତାରିଖ ସକାଳ 6 ଟା ରେ ସମାପ୍ତ ହୋଇଥିଲା । ଶାସକ ବିଜୁ ଜନତା ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ,ନିର୍ମଳ ଶାସନ ଓ ମାହାଙ୍ଗା ବିଧାୟକ ତଥା ରାଜ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ଲୋକପ୍ରିୟତା ପାଇଁ ଲୋକମାନଙ୍କ ଦୃଢ ସମର୍ଥନରେ 24 ନଂ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ବିପ୍ଳବ କାପ 3201 ଖଣ୍ଡ ଭୋଟରେ ବିରୋଧୀ ବିଜେପି ଓ କଂଗ୍ରେସ କୁ ହରାଇ ଗାଦି ହାସଲ କରିଥିଲେ ବୋଲି ଜଣାଯାଇଛି ।
ବିଜେଡିରୁ 24 ନମ୍ବର ଆସନ ପାଇଁ ଜିଲ୍ଲା ପରିଷଦ ପ୍ରାର୍ଥୀ ଥିବା ବିପ୍ଳବ କାପ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ଙ୍କ ଠାରୁ ଶେଷ ରାଉଣ୍ଡ ସୁଦ୍ଧା 3201 ଖଣ୍ଡ ଭୋଟ ବ୍ୟବଧାନରେ ଆଗରେ ରହିଥିବା ବେଳେ,ବିଜେପି ପ୍ରାର୍ଥୀ ନିର୍ମଳା ଲେଙ୍କା ଦ୍ୱିତୀୟ ସ୍ଥାନରେ ଓ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ସେକ ସିରାଜ ଉଦ୍ଦିନ ତୃତୀୟ ସ୍ଥାନରେ ରହିଥିବାର ଜଣାଯାଇଛି । ଅର୍ଥାତ ବିଜେଡି ପ୍ରାର୍ଥୀ 11591 ଖଣ୍ଡ ଭୋଟ ପାଇଥିଲା ବେଳେ ବିଜେପି ପ୍ରାର୍ଥୀ 8390 ଖଣ୍ଡ ଓ କଂଗ୍ରେସ ପ୍ରାର୍ଥୀ 3023 ଖଣ୍ଡ ଭୋଟ ହାତେଇଥିଲେ । ଫଳରେ ବିଜେଡି ପ୍ରାର୍ଥୀ 3201 ଖଣ୍ଡ ଭୋଟରେ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଙ୍କୁ ପରାସ୍ତ କରିଥିଲେ । ଏହି ଫଳାଫଳରୁ ହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରତି ଲୋକମାନଙ୍କ ଦୃଢ ଭଲପାଇବା ରହିଛି ବୋଲି ପ୍ରକାଶ କରୁଛି । ସେହିପରି ଭାବେ ଆଜି ଅର୍ଥାତ 27 ତାରିଖ ଦିନ 25 ଓ 26 ନଂ ଜୋନ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି |
Sign in
Sign in
Recover your password.
A password will be e-mailed to you.