ବରଗଡ଼: ପ୍ରଥମ ଦିନର ମ୍ୟାଚ ୧୦-୨ରେ ସାରିଲା ବିଜେଡି

0

ସର୍ବାଗ୍ରେ ଜାଇଫୁଲ ସିଂ , ଭାରତୀ ଭୁଏ , ନୀଳ କୁମାରୀ ଓ ସୁଦାମ

ମୁଖ୍ୟମନ୍ତ୍ରୀ , ମନ୍ତ୍ରୀ ସୁଶାନ୍ତ ସିଂ ସ୍ଥାନୀୟ ବିଧାୟକ ଓ ଜନସାଧାରଣ ଙ୍କୁ କୃତଜ୍ଞତା ଜ୍ଞାପନ କଲେ ପ୍ରାର୍ଥୀ

ବରଗଡ :- ସରିଲା ତ୍ରିସ୍ତରୀୟ ନିର୍ବାଚନ ଭୋଟ ଗଣତିର ପ୍ରଥମ ପର୍ଯ୍ୟାୟ । ସଦ୍ୟ ପ୍ରକାଶିତ ଫଳାଫଳ ଅନୁସାରେ ବିଜୁ ଜନତା ଦଳର ପ୍ରାର୍ଥୀ ମାନେ ବିରୋଧୀ ଦଳର ପ୍ରାର୍ଥୀମାନଙ୍କୁ ପଛରେ ପକାଇ ବିଜୟ ଲାଭ କରିଛନ୍ତି । ଗଣତି ହୋଇଥିବା ବାର ଗୋଟି ଆସନ ମଧ୍ୟରୁ ଦଶ ଗୋଟି ଆସନ ବିଜେଡି ଦଖଲ କରିବାରେ ସଫଳ ହୋଇଛି । ସକାଳୁ ପ୍ରକାଶିତ ହୋଇଥିବା ଚୂଡାନ୍ତ ଫଳାଫଳ ଅନୁସାରେ , ଅମ୍ବଭନା ଯୋନରୁ ନିଲକୁମାରି ନାୟକ ତାଙ୍କର ନିକଟତମ ବିଜେପି ପ୍ରାର୍ଥୀ ପ୍ରଫୁଲ୍ଲ ପ୍ରଧାନ କୁ 6446 ଭୋଟ ରେ ପରାଜିତ କରିଥିବା ବେଳେ , ଅତାବିରା ରୁ ସୁଦାମ ଜାଲ ବିଜେପିର ବିରେନ୍ଦ୍ର ହୋତା ଙ୍କୁ 5500 ଭୋଟର, ବରଗଡ଼ ରୁ ପୁଷ୍ପା ସାହୁ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବିଜେପି ପ୍ରାର୍ଥୀନୀ ମୁକ୍ତା ସାହୁ ଙ୍କୁ 1499 ଭୋଟରେ , ବରପାଲି ରୁ ଗୋବିନ୍ଦ ସାହୁ ବିଜେପିର ସଂଗ୍ରାମ କେଶରୀ ବାରିକ ଙ୍କୁ 2127 ଭୋଟ ରେ ,ଭଟଳିରୁ ଭାରତୀ ଭୁଏ ବିଜେପିର ତିଲୋତ୍ତମା ଭୁଏ ଙ୍କୁ 9410 ଭୋଟରେ , ଭେଡେନ ରୁ ପଦ୍ମିନୀ ଗଡ଼ତୀଆ ବିଜେପିର ଉଲ୍ଲାସ ଛୁରିଆ ଙ୍କୁ 6364 ଭୋଟରେ , ବିଜେପୁର ରୁ ମାନିନୀ ଭୋଇ ବିଜେପିର ଆଲ୍ଲାଦିନି ମହାପାତ୍ର ଙ୍କୁ 559 ଭୋଟରେ , ଗାଇସିଲେଟ ରୁ ନୀଳମଣି ବାରିହା ବିଜେପିର ନେହେରୁ ବାରିହା ଙ୍କୁ 1118 ଭୋଟରେ , ଝରବନ୍ଧ ରୁ ସୁଶୀଲ ମରେଇ ବିଜେପିର ଗରିବ ସାହୁ ଙ୍କୁ 726 ଭୋଟ ରେ ଓ ସୋହେଲାରୁ ଶ୍ରୀମତୀ ଜାଇଫୁଲ ସିଂ ବାରିହା ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ଭୂମିସୁତା ସାବତ ଙ୍କୁ 12535 ଭୋଟ ରେ ପରାଜିତ କରିଥିଲେ । ସୂଚନାଯୋଗ୍ୟ ଯେ ଜାଇଫୁଲ ସିଂ ବାରିହା ସମୁଦାୟ 19931 ଖଣ୍ଡ ଭୋଟ ପାଇଥିବା ବେଳେ ଭୂମିସୁତା ସାବତ ମାତ୍ର 7396 ଖଣ୍ଡ ଭୋଟ ପାଇ ପ୍ରଥମ ପର୍ଯ୍ୟାୟରେ ହୋଇଥିବା ଗଣତି ରେ ସର୍ବାଧିକ ବ୍ୟବଧାନ ରେ ନିଜର ବିରୋଧୀ ଙ୍କୁ ପରାଜିତ କରିଥିଲେ । ସେହିଭଳି ପାଇକମାଲ ରୁ ବିଜେପିର ତ୍ରିପୁରା ବାରିହା ବିଜେଡିର ଗୀତାଞ୍ଜଳି ପୁଟା ଙ୍କୁ ମାତ୍ର 585 ଓ ପଦ୍ମପୁର ରୁ ବିଜେପି ର ସରସ୍ୱତୀ ସାହୁ 129 ଖଣ୍ଡ ଭୋଟ ରେ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡିର ରଜନୀ ସାହୁ ଙ୍କୁ ପରାଜିତ କରିଥିଲେ ।
ଏଠାରେ ସୂଚନାଯୋଗ୍ୟ ଯେ ପ୍ରଥମ ପର୍ଯାୟର ଧାରାକୁ ଦେଖିଲେ ସ୍ପଷ୍ଟ ହେବାରେ ଲାଗିଛି ଯେ ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ବିଜେପି ହାତରୁ ଖସିବାକୁ ଯାଉଛି । ଆଜି ନିର୍ବାଚିତ ହୋଇଥିବା ପ୍ରତିନିଧି ମାନେ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ , ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ , ବରିଷ୍ଠ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବାରିହା , ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ , ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଓ ଶ୍ରୀ ରିତା ସାହୁ ଙ୍କୁ ତଥା ସ୍ଥାନୀୟ ଭୋଟର ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.