ପଦ୍ମପୁର(ଶାସକ ପ୍ରଶାସକ)-ମେଳଛାମୁଣ୍ଡା ଥାନା ଅନ୍ତର୍ଗତ ବୁଢ଼ୀମାଲ ଠାରେ ରବିବାର ସକାଳ ୯ଟା ସମୟରେ ବାଇକ ଓ ଲୁନା ମଧ୍ୟରେ ଧକ୍କା ହୋଇଥିଲା।ଠୀକ ସେ ସମୟରେ ପଦ୍ମପୁର ଯୁବ ସାମ୍ବାଦିକ ଡିଲେଶ୍ୱର ବାଗ ବିଜେପୁରରେ ହେଉଥିବା ତୁତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନିଉଜ କରିବା ପାଇଁ ବାହାରିଥିଲେ।ଠିକ ସେ ସମୟରେ ଦୁର୍ଘଟଣା ହୋଇଥିବା ଜାଗା ରେ ଅଟକି ଆହତ ଓ ଗୁରୁତର ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସ ଯୋଗେ ପଦ୍ମପୁର ଡାକ୍ତରଖାନାକୁ ନେଇଥିଲେ। ସୂଚନା ମୁତାବକ ଲୁନା ଚାଳକ ଓ ବାଇକ ଚାଳକ ମଧ୍ୟରେ ବୁଢ଼ୀମାଲ ଛକ ଠାରେ ଧକ୍କା ହୋଇଥିଲା।ଲୁନା ଗାଡ଼ିରେ ଦୁଇଜଣ ବସିଥିଲେ ଜୟଲାଲ ପଟେଲ ଓ ସାଗର ବାଉଁଶ ଦୁହେଁ ବରଗଡ ପାଖ ତାଳ ସିର୍ଗିଡା ର ଅଟନ୍ତି ଅନ୍ୟ ବାଇକ ଚାଳକ ସୁରଜ ଖମାରି ମାୟା ବର୍ହା,ରାମପୁର ର ଅଟନ୍ତି।ଲୁନା ଗାଡି ଚାଳକ ଜୟଲାଲ ପଟେଲ ମୃତ୍ୟୁ ହୋଇଥିବା ପଦ୍ମପୁର ଡାକ୍ତର ସୂଚନା ଦେଇଛନ୍ତି।ଯୁବ ସାମ୍ବାଦିକଙ୍କ ଏହି ମହାନ କାମକୁ ଏବେ ଅଞ୍ଚଳ ରେ ବେଶ ପ୍ରଶଂସା କରୁଛନ୍ତି।
Sign in
Sign in
Recover your password.
A password will be e-mailed to you.