ଶିବାଜି ମହାରାଜାଙ୍କର ଜନ୍ମଜୟନ୍ତୀ ଉପଲକ୍ଷେ ରକ୍ତଦାନ ଶିବିର

0 2

ଭଦ୍ରକ, ସୀତାକାନ୍ତ ପାଢ଼ୀ-:ଭଦ୍ରକ ଜିଲ୍ଲା ଅପର୍ତିବିନ୍ଧା ସୂର୍ଯ୍ୟଶିଖା କ୍ଲବ୍ ରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଛତ୍ରପତି ଶିବାଜି ମହାରାଜାଙ୍କର ଜନ୍ମଜୟନ୍ତୀ ଉପଲକ୍ଷେ ଆଜି ଭଦ୍ରକ ଜିଲ୍ଲାର ଏକ ସ୍ବେଛାସେବୀ ସଂଗଠନ ଛତ୍ରପତି ସେନା ଓତରଫରୁ କୋରୋନା କଟକଣା ନିୟମକୁ ମାନି ଏହି ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ସଂଗଠନର କର୍ମକର୍ତ୍ତା କହିବା ଅନୁଯାୟୀ ଗରିବ ଲୋକମାନେ ରକ୍ତ ଅଭାବରୁ ଜିବନ ଚାଲିଯାଉଥିବା ବେଳେ ଏହି ରକ୍ତ ଦାନ କରି କିପରି ଜୀବନ ବଞ୍ଚିପାରିବ ତାହା ଲକ୍ଷ୍ୟ ରଖି ଏହି ରକ୍ତଦାନ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ରକ୍ତଦାନ ରେ ୬୦ ୟୁନିଟ ରକ୍ତ ସଂଗ୍ରହ ପାଇଁ ଆୟୋଜନ କରାଯାଇଥିଲା, ତାହା ମଧ୍ୟ ସମ୍ଭବ କରିପାରିଛନ୍ତି ସଂଗଠନ ର କର୍ମକର୍ତ୍ତା ମାନେ। ଏହି କାର୍ଯ୍ୟକ୍ରମରେ ସଂଗଠନ ର ସଭାପତି ରଶ୍ମିରଞ୍ଜନ ସେନାପତି, ସମ୍ପାଦକ ଦେବାଶିଷ ମହାପାତ୍ରଙ୍କ ସହ ସାହାହୋଗୀ ଶଶିକାନ୍ତ ବାରିକ୍ , ସୁଧାକର ସାହୁ, ରିତିକବିଶ୍ୱାଳ, ସ୍ୱାଗତିକା ଦାସ, ବିକାଶ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave A Reply

Your email address will not be published.