ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଆଶ୍ରମପାଟଣା ଗ୍ରାମର ପ୍ରତାପ କିଶୋର ଖଣ୍ଡାୟତରାୟ ଙ୍କ ପୁତ୍ର ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ (ଯିଏ କି ଜଣେ ଦିବ୍ୟାଙ୍ଗ) ୧୪ ତମ ଜାତୀୟ ହୁଇଲଚେୟାର ଆସିଚାଳନା ପ୍ରତିଯୋଗିତାରେ ଓଡିଶା କୁ ପ୍ରତିନିଧିତ୍ୱ କରିବା ପାଇଁ ୧୨ଜଣିଆ ଟିମ୍ ରେ ମନୋନୀତ ହେଇଛନ୍ତି । ଗତ ୧୭ ତାରିଖ ରେ ଭୁବନେଶ୍ୱରରେ ରାଜ୍ୟ ସ୍ତରୀୟ ଚୟନ ଶିବିରରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ବହୁତ ସଂଖ୍ୟକ ପ୍ରତିଯୋଗୀ ଭାଗ ନେଇଥିଲେ । ସେଥିରେ ସମସ୍ତଙ୍କୁ ପଛରେ ପକାଇ ୧୨ ଜଣିଆ ଓଡିଶା ଦଳରେ ମନୋନୀତ ହେଇଛନ୍ତି ପ୍ରଫୁଲ୍ଲ | ସେ ଏବେ ଫେବୃଆରୀ ମାସ ୨୫ରୁ ୨୭ରେ ହେବାକୁ ଥିବା ୧୪ତମ ଜାତୀୟ ପ୍ରତିଯୋଗିତା ରେ ଭାଗନେବେ । ପୂର୍ବ ବର୍ଷର ସେ ଜାତୀୟ ପ୍ରତିଯୋଗିତାର ସ୍ୱର୍ଣ୍ଣ ପଦକ ବିଜେତା ଓ ଏ ବର୍ଷ ମଧ୍ୟ ଭଲ ପଦର୍ଶନ କରିବେ ବୋଲି ଆଶା ରଖିଛନ୍ତି | ଏଥିପାଇଁ ଜଗତସିଂହପୁର ଜିଲ୍ଲାବାସୀ ତଥା ରାଜ୍ୟବାସୀଙ୍କର ଆଶୀର୍ବାଦ ଭିକ୍ଷା କରୁଛନ୍ତି । ଏହି ପ୍ରତିଯୋଗିତାରେ ପଦକ ଜିତିଲେ ଆଗାମୀଦିନରେ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଲକ୍ଷ ରଖିଛନ୍ତି |
Sign in
Sign in
Recover your password.
A password will be e-mailed to you.