ବେକରେ ଓଢଣୀ ବାନ୍ଧି ମହିଳାଙ୍କ ଆତ୍ମହତ୍ୟା।

0

ଉମରକୋଟ/ଜିତେନ୍ଦ୍ର ମହାନ୍ତି – ବେକରେ ଓଢଣୀ ବାନ୍ଧି ଜଣେ ମହିଳାଙ୍କ ଆତ୍ମହତ୍ୟା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ପୈ।ର ପରିଷଦର ୟୁଭି ତିନି ନଂ ଗ୍ରାମରେ। ଏଗାର ମାସ ତଳେ ପ୍ରେମ ବିବାହ କରି ନିଜ ସ୍ଵାମୀ ଗୋପାଳ ଗାଇନ (୨୮) ଙ୍କ ସହ ମନ୍ଦାକିନୀ ସରକାର (୨୪) ଉମରକୋଟ ର ତିନି ନଂ ଗ୍ରାମରେ ଭଡ଼ା ଘରେ ରହୁଥିଲେ। ବାପା ଘର ଓ ଶଶୁର ଘର ଉମରକୋଟ ବ୍ଲକ ଅନ୍ତର୍ଗତ ସିଲାଟି ଗ୍ରାମରେ।ଘର ମାଲିକଙ୍କୁ କୈାଣସି କାମ ପଡ଼ିବାରୁ ସେ ମନ୍ଦାକିନୀ କୁ ଡାକିବାକୁ ଯାଇଥିଲେ।ସେ ଦେଖିଲେ ମନ୍ଦାକିନୀ ବେକରେ ଓଢଣୀ ବାନ୍ଧି ଝୁଲି ପଡିଛି। ସେ ସଙ୍ଗେ ସଙ୍ଗେ ପୋଲିସ କୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇଥିଲେ।ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ଯୋଗୁ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି କେସ ନଂ ୬/୨୨ ରେ ଲିମା ରାଜ ପ୍ରଧାନ ତଦନ୍ତ ଚଳାଇଛନ୍ତି।

Leave A Reply

Your email address will not be published.