ଖଜୁରିପଦା ଗ୍ରାମରେ ସ୍ୱୟଂ ସହାୟିକା ମହିଳା ମାନଙ୍କର ଛତୁ ଚାଷ ତାଲିମ କାର୍ଯ୍ୟକ୍ରମ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା ଖଜୁରିପଦା ଗ୍ରାମରେ ସ୍ୱୟଂ ସହାୟିକା ମହିଳା ମାନଙ୍କର ଛତୁ ଚାଷ ତାଲିମ କାର୍ଯ୍ୟକ୍ରମ ଗତ ୧୨ତାରିଖ ଠାରୁ ଚାଲୁଅଛି।
ଏହି ୧୦ ଦିନିଆ ତାଲିମ କାର୍ଯ୍ୟକ୍ରମରେ ଖଜୁରିପଦା ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ମୋଟ ୩୫ ଜଣ ସ୍ଵୟଂ ସହାୟିକା ଗ୍ରୁପ ସଦସ୍ୟା ଏବଂ ସେମାନଙ୍କର ପରିବାରର ମହିଳା ସଭ୍ୟା ତାଲିମ ନେଉଛନ୍ତି ।
ଗୁରୁବାର ଦିନ ଏହି ପ୍ରଶିକ୍ଷାର୍ଥୀମାନେ ଆର୍-ଉଦୟଗିରିରେ ଥିବା କୃଷି ବିଜ୍ଞାନ କେନ୍ଦ୍ର ପରିଦର୍ଶନରେ ଯାଇଥିଲେ । କେନ୍ଦ୍ର ମୁଖ୍ୟ ଶ୍ରୀ ସଂଗ୍ରାମ ପରମଗୁରୁ ଏବଂ ଅନ୍ୟ ବୈଜ୍ଞାନିକ ମାନେ ପ୍ରଶିକ୍ଷାର୍ଥୀମାନଙ୍କୁ ଛତୁ ଚାଷ ସହିତ ଅନ୍ୟାନ୍ୟ କୃଷି ସମ୍ବନ୍ଧୀୟ ସୂଚନା ଦେଇଥିଲେ। ପ୍ରଶିକ୍ଷାର୍ଥୀମାନଙ୍କ ସହିତ ଅନୁଷ୍ଠାନର ପ୍ରାଧ୍ୟାପକ ଶ୍ରୀ ଦିଲ୍ଲୀପ କୁମାର ତନ୍ତି ଓ କେନ୍ଦ୍ରାପଡାରୁ ଆସିଥିବା ଛତୁ ମାଷ୍ଟର ଶ୍ରୀ ଅକ୍ଷୟ କୁମାର ସ୍ଵାଇଁ ମଧ୍ୟ ଉପସ୍ଥିତ ଥିଲେ। ଏହି ତାଲିମ କାର୍ଯ୍ୟକ୍ରମ ଆସନ୍ତା ୨୧ ତାରିଖ ଦିନ ଉଦଯାପନ ହେବ।

Leave A Reply

Your email address will not be published.