ଦେଶୀ ବିଦେଶୀ ମଦ ଜବତ, ଜଣେ ଗିରଫ

0

ଭଞ୍ଜନଗର/ନିଲୁ ବିଷୋୟୀ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ଅବାଧ ଓ ନିରପେକ୍ଷ କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ବେଆଇନ ମଦ ବିକ୍ରି ଓ ଅପରାଧିକ କାଯ୍ୟକଳାପ କୁ ରୋକିବା ପାଇଁ ଭଞ୍ଜନଗର ପୋଲିସ ପକ୍ଷରୁ ଅବକାରୀ ଧରପଗଡ଼ ଆରମ୍ଭ ହୋଇଛି। ଭଞ୍ଜନଗର ପୋଲିସ ମଙ୍ଗଳବାର ଡୁମାକୁମ୍ପା ପଞ୍ଚାୟତ ଅଂଚଳରେ ଥାନା ଅଧିକାରୀ ଧୀରେଶ କୁମାର ଦାସ ଙ୍କ ନେତୃତ୍ୱରେ ସଦଳବଳେ ଉକ୍ତ ଅଂଚଳରେ ପେଟ୍ରୋଲିଂ କରୁଥିବା ବେଳେ କୌଣସି ଏକ ଵିଶେଷ ସୂତ୍ରରୁ ଖବର ପାଇ ନନ୍ଦିନୀପଲି ଗ୍ରାମର ଏକ ଅପବ୍ୟବହୃତ ଘରେ ଚଢ଼ାଉ କରି ବିଭିନ୍ନ ବ୍ରାଣ୍ଡର ୩୫ ଲିଟର ରୁ ଉର୍ଦ୍ଧ୍ବ ବିଦେଶୀ ମଦ ଓ ୧୨୦ ଲିଟର ଦେଶୀ ମଦ ପ୍ୟାକେଟ ଜବତ କରିଛି । ଏହି ବେଆଇନ କାରବାର ରେ ସମ୍ପୃକ୍ତି ଅଭିଯୋଗରେ ଅଭିଯୁକ୍ତ କବିରାଜ ନାୟକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଏ ନେଇ ଅବକାରୀ ଆକ୍ଟ ଅନୁସାରେ କେସ ନଂ ୯୪/୨୨ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ଧୀରେଶ କୁମାର ଦାସ ସୂଚନା ଦେଇଛନ୍ତି।

Leave A Reply

Your email address will not be published.