କମ୍ପି ଉଠୁଛି ଲଙ୍ଗଳ ଚିହ୍ନ ସରପଞ୍ଚ ପ୍ରାର୍ଥୀଙ୍କ ପ୍ରଚାର ।

0 1

କଲ୍ୟାଣସିଂହପୁର-ପ୍ରଦୀପ ଦଲାଇ/ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତରେ ଆଶାୟୀ ସରପଞ୍ଚ ପ୍ରାର୍ଥୀ ଈଶ୍ୱର ହିକକା ସହ କର୍ମୀ ବିରାଟ ବାଇକ ଶୋଭାଯାତ୍ରା ବାହାରିପ୍ରଚାର କରୁଥିବା ଦେଖିବାକୁ ମିଳିଛି ।ଆଜି ଆଶାୟୀ ସରପଞ୍ଚ ପ୍ରାର୍ଥୀ ଙ୍କୁ ସହଯୋଗ କରୁଥିବା କର୍ମୀ ଓ ନେତା ମାନେ ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ଠାରେ ଏକତ୍ରିତ ହୋଇ ସେଠାରୁ ବିରାଟ ଶୋଭାଯାତ୍ରାରେ ବାହାରି ପଞ୍ଚାୟତର ଉର୍ଣ୍ଣତି ପାଇଁ ନିଜ ଲଙ୍ଗଳ ଚିହ୍ନ ରେ ମୋହର ମାରି ଜିତାଇବାକୁ ଭୋଟର ଙ୍କୁ ଭୋଟ ଭିକ୍ଷା କରିଛନ୍ତି ।ସେ ଉକ୍ତ ପଞ୍ଚାୟତର ୧୬ଟି ୱାର୍ଡ ପରିକ୍ରମା କରି ଭୋଟ ମାଗିବୁଲୁଥିବା ଦେଖିବାକୁ ମିଳିଛି । ନିର୍ବାଚନ ଯେତିକି ପଖାଇ ଆସୁଛି କଲ୍ୟାଣସିଂ ହପୁର ବ୍ଲକ ସେତିକି ପ୍ରଚାରରେ କମ୍ପି ଉଠୁଛି । ଉକ୍ତ ବ୍ଲକରେ ୧୭୦ ୱାର୍ଡ ସଦସ୍ୟ,୧୪ ସମିତି ସଭ୍ୟ,୧୪ ସରପଞ୍ଚ ,(କ)ଓ (ଖ) ଜୋନ ର ଜିଲାପରିଷଦ ପ୍ରାର୍ଥୀଙ୍କ ପାଇଁ ଚଳିତ ମାସ ୨୦ ତାରିଖରେ ନିର୍ବାଚନରେ ଭୋଟ ପକାଇବାର ରହିଛି ।

Leave A Reply

Your email address will not be published.