ବଡ଼ଚଣା : ନିର୍ବାଚନ ପ୍ରଚାର ନିୟମ ବାଟବଣା

0 2

ସାଧାରଣ ଜନତା ହନ୍ତସନ୍ତ : ଶବ୍ଦ ପ୍ରଦୂଷଣ, ପ୍ରଶାସନ ନିରବ ଦ୍ରଷ୍ଟା

ବଡ଼ଚଣା ରୁ ପ୍ରଫୁଲ୍ଲ କୁମାର ସାହୁ: ତ୍ରିସ୍ତରୀୟ ପଂଚାୟତ ନିର୍ବାଚନପାଇଁ ଏବେ ଦ୍ରୁତ ଗତିରେ ଚାଲିଛି ପ୍ରଚାର | ସମସ୍ତ ରାଜନୈତିକ ଦଳ ଲାଗି ପଡିଛନ୍ତି ନିଜ ନିଜର ନିର୍ବାଚନ ପ୍ରଚାରରେ | ପ୍ରଚାର ଗାଡି ମାଳ ମାଳ, ମାଇକ ଓ ଡିଜେ ସାଉଣ୍ଡରେ କାନ ତାବଦା ହେଇଯାଉଛି | ହେଲେ ସାଧାରଣ ଜନତା ସମସ୍ୟା ପ୍ରତି କାହାର ନଜର ନାହିଁ | କାନ ଫଟା ନିର୍ବାଚନ ପ୍ରଚାର କାରଣରୁ ବୟସ୍କ ହୃଦ ରୋଗୀ ବ୍ଲଡ଼ ପେସର୍ ରୋଗୀ ମାନେ ନାହିଁ ନଥିବ ସମସ୍ୟା ଭୋଗୁଛନ୍ତି | ଜଣେ ସରପଞ୍ଚ ପ୍ରାର୍ଥୀଙ୍କର ନିର୍ବାଚନ ଖର୍ଚ୍ଚ ମାତ୍ର ଦୁଇ ଲକ୍ଷ ଥିବା ବେଳେ ପ୍ରାର୍ଥୀ ମାନେ କୋଡିଏ ରୁ ପଚିଶ ତିରିଶ ଲକ୍ଷ ଖର୍ଚ୍ଚ କରୁଛନ୍ତି | ଦୀର୍ଘ ବର୍ଷ ଶାସନ ରେ କିଛି ଦଳ ଡିଆଁ ଦୀର୍ଘ ବର୍ଷ ଶାସନ ଗାଦିରେ ବସି କ୍ଷମତା ହାସଲ୍ କରି ସାଧାରଣ ଜନତା ଙ୍କ ତଣ୍ଟି କାଟି ରଜସ୍ଵ୍ ଲୁଟି ଯାହା ସଂଚୟ କରିଥିଲେ ତାକୁ ବାପା ଅର୍ଜିତ ଧନ କହି ଦାନୀ ହରିଶ୍ଚନ୍ଦ୍ର ହୋଇ ମୁକ୍ତ ହସ୍ତରେ ଦାନ କରିଚାଲିଛନ୍ତି ଚେହେରାରେ କଳା ଦାଗ ଥିବା ଆତ୍ମୀୟ ସ୍ଵଜନଙ୍କୁ ନିର୍ବାଚନରେ ଜିତାଇବା ପାଇଁ | ଆଜିର ଦିନରେ ମାଗଣା ଖିଆ ଙ୍କ ଅଭାବ ନାହିଁ ନିର୍ବାଚନ ଋତୁ ଆସିଲେ |ଏମାନେ ନାରଣ ମାଆ ଦୂଆର୍ ମୁହଁ ରେ ଧାରଣା ଦେଲାପରି ପଡି ରହିଥାନ୍ତି | ନାଲି ପାଣି ସାଙ୍ଗକୁ ଧଳା କୁକୁଡ଼ା ନହେଲେ ମଲା ମାଛ | ହେଲେ ଦେଖାଯାଉ ଏପ୍ରଚଳିତ ଚିରାଚରିତ କଳଙ୍କିତ ବ୍ୟବସ୍ଥାରେ ଏ ପଂଚାୟତ ନିର୍ବାଚନରେ ପୂର୍ଣ୍ଣଛେଦ ପଡୁଛି ନା ସେ ମାଗଣା ଖିଆ ପରମ୍ପରାର ପ୍ରଭାବ ଜାରି ରହୁଛି !

Leave A Reply

Your email address will not be published.