ଅତିରିକ୍ତ ଏସ୍ପି ତ୍ରିନାଥ ମିଶ୍ରଙ୍କ ନବରଙ୍ଗପୁର ଡାବୁଗାଁ ପୈତୃକଘରେ ଚଢ଼ାଉ

0 2

ଉମରକୋଟ/ଜିତେନ୍ଦ୍ର ମହାନ୍ତି : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେଅତିରିକ୍ତ ଏସ୍ପି ତ୍ରିନାଥ ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଏକକାଳୀନ ୧୧ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍ । ପୋଲିସ କମ୍ୟୁନିକେସନୁ ଅତିରିକ୍ତ sp ହେଉଛନ୍ତି ତ୍ରିନାଥ ମିଶ୍ର । କଟକ, ଭୁବନେଶ୍ବର, ଯାଜପୁର, କୋରାପୁଟରେ ଥିବା ଘରେ ଭିଜିଲାନ୍ସ ରେଡ୍ କରିଛି । ତ୍ରିନାଥଙ୍କ କଟକ ତୁଳସୀପୁର ଅଫିସ୍, ସରକାରୀ ବାସଭବନ,ଭୁବନେଶ୍ବର ରସୁଲଗଡ଼ ସ୍ଥିତ ଘରେ,ଏବଂ ନବରଙ୍ଗପୁର ଜିଲ୍ଲା ଭିଜିଲାନ୍ସ ୪ ଜଣିୟା ଟିମ ଡାବୁଗାଁ ପୈତୃକ ଘରେ ଚଢ଼ାଉ କରୁଥିବା ବେଳେ ଯାଜପୁର ବଡ଼ଚଣାରେ ସମ୍ପର୍କୀୟଙ୍କ ଘର, ଶାନ୍ତିଲତା ଫାର୍ମ ହାଉସ୍, ଚଣ୍ଡିଖୋଲ ବଜାରରେ ଥିବା ଶାନ୍ତିଲତା ନସିଂ ହୋମ୍, ଶାନ୍ତିଲତା ଟ୍ରାନ୍ସପୋର୍ଟ ନାଁରେ ଥିବା ଦୁଇଟି ଅଫିସ୍ର ତନାଘନା କରୁଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି

Leave A Reply

Your email address will not be published.