ବଇଦପାଲିରେ ନିଆଁ ନିରାକରଣ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ।

0 2

ପଦ୍ମପୁର(ଶାସକପ୍ରଶାସକ)- ଘେଁସ ବନାଂଚଳ ଝାଞ୍ଜ ପାହାଡ ପାଦଦେଶରେ ଥିବା ବଇଦପାଲି ଗ୍ରାମରେ ଜଙ୍ଗଲରେ ନିଆଁ ନିାରାକରଣ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା।ଆମ ଜଙ୍ଗଲ ଯୋଜନା ପ୍ରକଳ୍ପ ଅଧିକାରୀ ନବକିଶୋର ପ୍ରଧାନ,ବନରକ୍ଷୀ ନିଳୀମା କୁମ୍ଭାର,ପାରା ଷ୍ଟାଫ ଗୁଲଠୁ ରାମ ପ୍ରଧାନ ଯୋଗଦାନ କରି ଆମଜଙ୍ଗଲ ସୁରକ୍ଷା କମିଟୀ,ଗ୍ରାମବାସୀଙ୍କୁ ଜଙ୍ଗଲରେ ନିଆଁ ଲାଗିଲେ କିମ୍ବା ଲାଗିବା ପୂର୍ବରୁ କେଉଁ ସବୁ ପଦକ୍ଷେପ ନିଆଯିବ ତାହା ସଚେତନ କରିଥିଲେ।ଜଙ୍ଗଲ ସୁରକ୍ଷା ପାଇଁ ଉକ୍ତ କମିଟୀକୁ ସରକାର ବିଜୁ ପଟ୍ଟନାୟକ ପୁରସ୍କାର ପ୍ରଦାନ କରିଥିଲେ।ସଚେତନ କାର୍ଯ୍ୟକ୍ରମରେ ଆମ ଜଙ୍ଗଲ ସୁରକ୍ଷା କମିଟୀର ଶତୃଘ୍ନ ନେଟୀ,ଅନନ୍ତ ପଟେଲ,ପଂଚାନନ ନେଟୀ,ଗୌର ମହାକୁର,ସୁଦାମ ନେଟୀ,ଈଶ୍ବର ନେଟୀ,ଲେକୃ ଜେମାସୁରିଆ,ଧନୁର୍ଯ୍ୟ ନେଟୀ,ଦିବ୍ୟ ସାହୁ ପ୍ରମୁଖ ସଦସ୍ୟ ଯୋଗଦାନ କରିଥିଲେ।

 

Leave A Reply

Your email address will not be published.