ଭଞ୍ଜନଗର/ନିଲୁ ବିଷୋୟୀ: ସ୍ବେଚ୍ଛାସେବୀ ଅନୁଷ୍ଠାନ ବିପଦର ବନ୍ଧୁ ପକ୍ଷରୁ ୨୦୧୯ ମସିହାରେ ଫୁଲୱାମା ଆତଙ୍କବାଦୀ ହମଲାରେ ଦେଶ ପାଇଁ ସହିଦ ହୋଇଥିବା ବୀର ଯବାନ ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଭଞ୍ଜନଗର ରକ୍ତ ଭଣ୍ଡାର ପରିସରରେ ଆୟୋଜିତ ହୋଇଯାଇଛି। ମେଡ଼ିକାଲ ଅଧୀକ୍ଷକ ସିତାଂଶୁ ଶେଖର ଶତପଥୀ ଏହି ଶିବିରକୁ ଶୁଭାରମ୍ଭ କରିଥିଲେ। ପ୍ରଥମ ରକ୍ତଦାତା ଭାବେ ପ୍ରିୟଙ୍କା ଦୋରା ଓ ଅଙ୍କିତ ଅନୁରାଗ ରକ୍ତଦାନ କରିଥିଲେ। ଶିବିରରେ ବିଭିନ୍ନ ଅଞ୍ଚଳର ନୂତନ ରକ୍ତଦାତା ମାନେ ସାମିଲ ହୋଇଥିଲେ। ମୋଟ ୩୩ ୟୁନିଟ ରକ୍ତ ସଂଗୃହୀତ ହୋଇଥିବା ଜଣାପଡିଛି। ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର ଓ ଥାନା ଅଧିକାରୀ ଧୀରେଶ କୁମାର ଦାସ ଯୋଗ ଦେଇ ରକ୍ତଦାତ ମାନଙ୍କୁ ଉତ୍ସାହିତ କରିଥିଲେ। ସ୍ବେଚ୍ଛାସେବୀ ଅନୁଷ୍ଠାନ ଗୋପବନ୍ଧୁ ଚାରି ଟ୍ରେବଲଟ୍ରଷ୍ଟ ର କର୍ମକର୍ତ୍ତା ଙ୍କ ସମେତ ବିପଦର ବନ୍ଧୁ ଅନୁଷ୍ଠାନର ପ୍ରଦୀପ ଜେନା,ଅରକ୍ଷିତ ପରିଚ୍ଛା, ପ୍ରଣୟ ରଞ୍ଜନ ଦାସ, ସିପୁନ ପାତ୍ର, କେ. ଶଙ୍କର ନାରାୟଣ ପାତ୍ର,ପ୍ରଶାନ୍ତ କୁମାର ରାଉତ,ସଂଗ୍ରାମ ଗୌଡ଼, ଚିନ୍ମୟ ପୋଲାଇ,ମହନ୍ତ ପ୍ରଧାନ,ସୋମନାଥ ବେହେରା,ଗୌରୀ ଶଙ୍କର ପରିଡା,ମହେନ୍ଦ୍ର ସାହୁ,ଶୁଭମ ପ୍ରଧାନ,ପ୍ରିୟଙ୍କା ଦୋରା,ଜିତେନ୍ଦ୍ର ଦୋରା ଓ ଅନ୍ୟ ମାନେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.