ନୂତନ ଆବିଷ୍କାର ସମ୍ଭାବନାକୁ ପ୍ରେରିତ କରିବା ଉଦ୍ଦେଶ୍ୟରେ ବାଳ ମୁକୁନ୍ଦ କେନ୍ଦ୍ରରେ “ସୂର୍ଯ୍ୟ ସମସ୍ତ ଶକ୍ତିର ଆଧାର”କାର୍ଯ୍ୟକ୍ରମ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଜ୍ଞାନ ସୌର ଶକ୍ତିକୁ ବ୍ୟବହାର କରି ଅନେକ ସଫଳତା ସମାଜକୁ ଦେଇପାରିଛି। ଶିଶୁମାନେ ସେହି ଶକ୍ତିକୁ ବ୍ୟବହାର କରି କିଛି ନୂତନ ଆବିଷ୍କାର ସମ୍ଭାବନାକୁ ପ୍ରେରିତ କରିବା ଉଦ୍ଦେଶ୍ୟରେ ବାଳ ମୁକୁନ୍ଦ କେନ୍ଦ୍ରରେ “ସୂର୍ଯ୍ୟ ସମସ୍ତ ଶକ୍ତିର ଆଧାର” କାର୍ଯ୍ୟକ୍ରମ ମାଧ୍ୟ୍ୟମରେ ଚେଷ୍ଟା କରାଯାଇଛି।
ପ୍ରଥମ କାଳାଂଶରେ ପ୍ରଧାନାଚାର୍ଯ୍ୟ ସ୍ୱାମୀ ନିଗମାନନ୍ଦ ଜୀ ବିଜ୍ଞାନ ଓ ପୌରାଣିକ ତଥ୍ୟ ଉପସ୍ଥାପନା କରିଥିବା ବେଳେ ଦ୍ଵିତୀୟ କାଳାଂଶରେ ଆଚାର୍ଯ୍ୟା ମନୋରମା ପତି ଆଲୋଚନା ମାଧ୍ୟ୍ୟମରେ ସୌର ଶକ୍ତି ସମ୍ବନ୍ଧରେ ବୁଝାଇଥିଲେ।
ଏଥିରେ ଶିଶୁ ମୋକ୍ଷିତା , ଦିବ୍ୟାଂଶୀ ମିଶ୍ର , ଜ୍ୟୋତିର୍ମୟୀ ପାଲାକା , ପ୍ରଜ୍ୟୋତି ଚୌଧୁରୀ ଏବଂ ଅଭିଭାବକ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଶେଷରେ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ଶକ୍ତିଶାଳୀ ହେବାପାଇଁ ଶିଶୁମାନଙ୍କୁ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ନିତ୍ୟକର୍ମ ସାରି ସୌର ସ୍ନାନ ସୂର୍ଯ୍ୟ ନମସ୍କାର ବ୍ୟାୟାମ ମାଧ୍ୟ୍ୟମରେ କରିବା ପାଇଁ ପରାମର୍ଶ ଦେଇଥିଲେ ଏବଂ ସ୍ୱାମୀ ମୁକୁନ୍ଦାନନ୍ଦ ଜୀଙ୍କ ବାର୍ତ୍ତା କହିବା ସହ ଗୋପିପ୍ରେମ ଦିବସର ଶୁଭ କାମନା ଜଣାଇଥିଲେ।

Leave A Reply

Your email address will not be published.