ଭଞ୍ଜନଗର/ନିଲୁ ବିଷୋୟୀ – ସ୍ଥାନୀୟ ଡ଼ିଫେନ୍ସକଲୋନୀସ୍ଥିତ ଲାବଣ୍ୟବତୀ କଳାମଣ୍ଡପରେ ଭୁବନେଶ୍ୱରସ୍ଥିତ ସଂସ୍କୃତି ବିକାଶ ସଂସଦ ତରଫରୁ ଆନନ୍ଦ ସଂଗୀତାୟନ ସହଯୋଗରେ ୬୨ତମ ଭଞ୍ଜ ସଙ୍ଗୀତ ଆସର ଏବଂ ସ୍ୱର୍ଗତ ଭାରତର ସ୍ୱର ସମ୍ରାଜ୍ଞୀ ତଥା ଭାରତରତ୍ନ ଲତା ମଙ୍ଗେସକର୍ଙ୍କ ସ୍ମୃତିଚାରଣ ସଭା ଆୟୋଜିତ ହୋଇଯାଇଛି । ସଭାପତି ପ୍ରଶାନ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆନନ୍ଦ ସଂଗୀତାୟନର ସମ୍ପାଦକ ପ୍ରଥମେ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ଉଦ୍ଘାଟକ ଲଡ଼ୁ କିଶୋର ସାହୁ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଭଞ୍ଜ ସଙ୍ଗୀତ ଆସରରେ କଣ୍ଠଶିଳ୍ପୀ ଭାବେ ରଶ୍ମିତା, ସୁଧାଂଶୁରାଣୀ ଜେନା, ଗ୍ଲୋରିୟା ରଣସିଂହ, ନିରଞ୍ଜନ ବେହେରା, ଗୁରୁ ଅଶୋକ ମହାପାତ୍ର ଭଞ୍ଜ ସଙ୍ଗୀତ ପରିବେଷଣ କରିଥିôବା ସମୟରେ ବଂଶୀରେ ସହଯୋଗ କରିଥିଲେ ହିମାଂଶୁ ବିଧାର, ମର୍ଦ୍ଦଳରେ ଅଭିଷେକ ମହାପାତ୍ର, ତବଲାରେ ଗୁରୁ ଦିବାକର ପ୍ରଧାନ । ଲତାଜୀଙ୍କ ସ୍ମୃତି ଚାରଣ ପୂର୍ବକ ଏହି ସଙ୍ଗୀତ ସନ୍ଧ୍ୟାକୁ ଲତାଜୀଙ୍କୁ ସମର୍ପଣ କରାଗଲା ।
Sign in
Sign in
Recover your password.
A password will be e-mailed to you.