ଗଞ୍ଜେଇ ମାଫିଆର ସମ୍ପତ୍ତି ବାଜ୍ୟାପ୍ତ ପାଇଁ ନିର୍ଦ୍ଦେଶ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଅଡବା ପୁଲିସର ବଡ ସଫଳତା । ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ରାଇପଙ୍କା ଗାଁର ଗଞ୍ଜେଇ ମାଫିଆ ରାଧାକାନ୍ତ ନାୟକ ଗତ ୫ ବର୍ଷ ମଧ୍ୟରେ ନିଜ କଳା ସାମ୍ରାଜ୍ୟର ବିସ୍ତାର କରି ବେଆଇନଭାବେ ଗଞ୍ଜେଇ ଦିଲ୍ଲୀ, ଚେନ୍ନାଇ, ସୁରଥ , କେରଳ, ଗୋଆ, ବିହାର, ତାମିଲନାଡୁ ଆଦି ବିଭିନ୍ନ ରାଜ୍ୟ ସମେତ ଓଡିଶାର ବିଭିନ୍ନ ସହରକୁ ଚୋରା ଚାଲାଣ କରି ଆସୁଥିଲା। ବିଭିନ୍ନ ସ୍ଥାନରେ ୧ କୋଟି ୧୮ ଲକ୍ଷ ଟଙ୍କାର ଅର୍ଜିତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ବାଜ୍ୟାପ୍ତ କରିବାକୁ ଅଡବା ଥାନା ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି କଲିକତା ଏନଡିପିଏସ କଂପିଟିଟିଭି ଅଥୋରିଟି । ସମ୍ପୃକ୍ତ ଅଭିଯୁକ୍ତ ରାଧାକାନ୍ତଙ୍କ ନାମରେ ଗଜପତିରେ ୧୦,ରାୟଗଡ଼ାରେ ୩ ଓ ଦିଲ୍ଲୀରେ ଗୋଟିଏ ଅପରାଧିକ ମାମଲା ରହିଛି। ବିଭିନ୍ନ ସମୟରେ ପୁଲିସକୁ ଚକମା ଦେଖାଇ ରାଧାକାନ୍ତ ଖସି ଯାଉଥିଲା। କିନ୍ତୁ ସେ କର୍ଣ୍ଣାଟକ ରାଜ୍ୟର ମହିଶୂର ସହରରେ ରହୁଥିବାର ଖବର ପାଇ ଅଡବା ପୁଲିସ ଗତ ୨୦୨୧ ମାର୍ଚ୍ଚ ମାସରେ
ମହିଶୂର ଯାଇ ତାକୁ ଗିରଫ କରିଥିଲା।ସେଠାରୁ ଆଣିବା ପରେ ଏବେ ତାକୁ ଭଞ୍ଜନଗର ଜେଲରେ ରଖାଯାଇଥିବା ଜଣାପଡିଛି । ଅଡ଼ବା ଥାନା ପୁଲିସ ରାଧାକାନ୍ତକୁ ଗିରଫ କରିବା ପରେ ତାର ସମ୍ପତ୍ତିକୁ ଯାଞ୍ଚ କରିଥିଲା ଏବଂ ବେଆଇନ ଭାବେ ବିଭିନ୍ନ ସ୍ଥାନରେ ଏତେ ପରିମାଣର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଅଭିଯୁକ୍ତ ନାମରେ ରହିଥିବା ପୁଲିସ ଜାଣିବା ପରେ ସମ୍ପତ୍ତିକୁ ବାଜ୍ୟାପ୍ତ ପାଇଁ କଲିକତା ଏନଡିପିଏସ ସଂସ୍ଥାକୁ ଆବେଦନ କରିଥିଲା । ତେବେ ଏହି ସମସ୍ତ ସମ୍ପତ୍ତିକୁ ବାଜ୍ୟାପ୍ତ କରିବାକୁ କଲିକତା ଏନଡିପିଏସ କଂପିଟିଟିଭ ଅଥୋରିଟି ପୁଲିସକୁ ନିର୍ଦ୍ଦେଶ ଦେଇଥିବା ଶନିବାର ମୋହନା ଥାନା ପରିସରରେ ଅନୁଷ୍ଠିତ ସମ୍ବାଦିକ ପ୍ରେସମିଟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବାମଦେବ ସିଂ କହିଛନ୍ତି। ଏହି ପ୍ରେସମିଟ ସମୟରେ ରା.ଉଦୟଗିରି ଏସଡିପିଓ ଦିଲ୍ଲୀପ କୁମାର ନାୟକ, ପାରଳାଖେମୁଣ୍ଡି ଡିଏସପି ରାଜକିଶୋର ଦାଶ, ଏଚଆରପିସି ଡିଏସପି କୈଳାଶ ଚନ୍ଦ୍ର ବୁରୁଦା, ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ଉପସ୍ଥିତ ଥିଲେ।

Leave A Reply

Your email address will not be published.