ଦିବଙ୍ଗତ ସ୍ୱର କୋକିଳା ଲତା ମଙ୍ଗେସକରଙ୍କ ବିୟୋଗରେ ଶୋକସଭା

0

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଂଗଠନ “ଆକାଂକ୍ଷା” ତରଫରୁ ଦୋଳବନ୍ଧ ସାହି ପରିସରରେ ସୁର ସାମ୍ରାଜ୍ଞୀ ଭାରତ ରତ୍ନ ବିଭୂଷିତା ଦିବଙ୍ଗତ ଲତା ମଙ୍ଗେସକରଙ୍କ ପାଇଁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । “ଆକାଂକ୍ଷା” ମହିଳା ସଙ୍ଗଠନର କର୍ମକର୍ତ୍ତା ମାନେ ଲତା ମଙ୍ଗେସକରଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ କରି ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ । ୩୦ରୁ ଅଧିକ ଭାଷାରେ ୫୦ ହଜାରରୁ ଉର୍ଦ୍ଧ୍ୱ ମଧୁର ସଙ୍ଗୀତ ଗାନ କରି “ଗିନିସ ବୁକ ଅଫ ୱାର୍ଲଡ ରେକର୍ଡ” ରେ ସ୍ଥାନ ପାଇବା ସହ ଭାରତ ରତ୍ନ, ଦାଦା ସାହେବ ଫାଲକେ ଆୱାର୍ଡ ପାଇଥିବା ସେହି ମହାନ ଗାୟିକାଙ୍କ ମଧୁର ସଂଗୀତ ଯାତ୍ରାର ସ୍ମୃତି ଚାରଣ କରିବା ସହ ତାଙ୍କର ହୃଦୟସ୍ପର୍ଶୀ ଦେଶାତ୍ମକ ବୋଧ ଗୀତ ” ୟେ ମେରେ ୱତନ କି ଲୋଗ” ଗୀତ ଦ୍ୱାରା ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।
ଉକ୍ତ ସଭାରେ “ଆକାଂକ୍ଷା”ର ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ , ସମ୍ପାଦିକା ଶ୍ରୀମତୀ ମିନା କୁମାରୀ ଟହଲ, ଉପଦେଷ୍ଟା ଡ଼ଃ.କଲ୍ୟାଣୀ ମିଶ୍ର , ସ୍ୱର୍ଣ୍ଣ ପ୍ରଭା ପାଠୀ, ପ୍ରଗତି ଦାସ ,ସୁପ୍ରଭା ସାହୁ , ପି ପୁଷ୍ପଲତା , ସ୍ୱାତି ସାହୁ , ସରିତା ପାଣିଗ୍ରାହୀଅଙ୍କ ସମେତ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.