ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଭକ୍ତି ସଙ୍ଗୀତ ସଂସଦ ପରିଚାଳିତ ସଙ୍ଗୀତ ବିଦ୍ୟାଳୟ ପରିସରରେ ଦିବଙ୍ଗତ ସ୍ୱର କୋକିଳା ଲତା ମଙ୍ଗେଶକରଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି।
ଭକ୍ତି ସଙ୍ଗୀତ ସଂସଦର କର୍ମକର୍ତ୍ତା ମାନେ ସୁର ସାମ୍ରାଜ୍ଞୀ ଭାରତ ରତ୍ନ ଲତା ମଙ୍ଗେସକରଙ୍କ ଫୋଟ ଚିତ୍ରରେ ପୁଷ୍ପ ଦେଇ ଆମର ଆତ୍ମାର ସଦ୍ ଗତ ନିମନ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ।
ଇଂ ତୀର୍ଥବାସୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶୋକସଭାରେ ମହନ୍ତ ମହାରାଜ ରାମାନନ୍ଦ ଦାସଜୀ , ଶ୍ରୀ ରଘୁନାଥ ପାତ୍ର , ଡ. କଲ୍ୟାଣୀ ମିଶ୍ର , ଶ୍ରୀମତୀ ଆଶାଲତା ପାଣିଗ୍ରାହୀ , ଶ୍ରୀମତୀ ସ୍ନିଗ୍ଧା ମିଶ୍ର , ଶ୍ରୀମତୀ ଈତିଶ୍ରୀ ମହାପାତ୍ର , ଶ୍ରୀ ସରୋଜ ପଣ୍ଡା , ଶ୍ରୀ ପୂର୍ଣ୍ଣଚନ୍ଦ୍ର ରଥ , ଶ୍ରୀ ବାବାଜୀ ଚରଣ ବେହେରା ପ୍ରମୁଖ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ଲତା ମଙ୍ଗେଶକର ସଙ୍ଗୀତର ଯେଉଁ ଯେଉଁ ଦିଗ ରହିଛି ଶାସ୍ତ୍ରୀୟ ସଙ୍ଗୀତ , ଲୋକ ସଙ୍ଗୀତ ରହିଛି ସେ କୌଣସି ଦିଗକୁ ଛାଡି ନାହାନ୍ତି , ସେ ଜଣେ ମାତ୍ର କଳାକାର ଯେ କି ସବୁ ଦିଗକୁ ଛୁଇଁଛନ୍ତି ଏବଂ ନିଖୁଣ ଭାବେ ସେ ତାଙ୍କର କଳା ପ୍ରଦର୍ଶନ କରିଛନ୍ତି । ତା ସହିତ ସବୁ ପିଢୀ ମାନଙ୍କ ପାଇଁ ସଙ୍ଗୀତ ଗାଇଛନ୍ତି। ୩୬ଟି ଭାଷାରେ ୫୦ ହଜାର ଗୀତ ଗାଇଛନ୍ତି। ସଙ୍ଗୀତ ଯେତେ ଦିନ ବଞ୍ଚିଥିବ ଲତା ଜୀଙ୍କ ସଙ୍ଗୀତର ଗାନ ସେତିକି ଦିନ ବଞ୍ଚିରହିବ ବୋଲି କହି ତାଙ୍କର ସ୍ମୃତି ଚାରଣ କରିଥିଲେ।
ସଭା ଶେଷରେ ସଙ୍ଗୀତ ବିଦ୍ୟାଳୟର ଛାତ୍ରୀ ମାନେ ଲତା ମଙ୍ଗେଶକରଙ୍କ ସ୍ମୃତିରେ ସଙ୍ଗୀତ ପରିବେଷଣ କରିଥିଲେ । ଅନୁଷ୍ଠାନର କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ରାଜେନ୍ଦ୍ର କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.