ବୁଢ଼ାରଜା କପ୍ କ୍ରିକେଟ: ଦମକିପାଲି ଚମ୍ପିୟାନ ।

0

ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ନିକଟସ୍ଥ ବଇଦପାଲି ଠାରେ ବି.ସି.ସି. ଦ୍ଵାରା ଆୟୋଜିତ ପ୍ରଥମ ବୁଢ଼ାରଜା କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ ଉଦଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଟି ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚରେ ଦମକିପାଲି ଦଳ କନସିଂହା ଦଳକୁ ପରାସ୍ତ କରି ଚମ୍ପିୟାନ ହୋଇଥିଲେ। 

ଉଦଯାପନୀ ଉତ୍ସବରେ ନାରୀ ନେତ୍ରୀ ରଜନୀ ସାହୁ ମୁଖ୍ୟ ଅତିଥି ଏବଂ ଉମେଶ ସାହୁ, ସୂର୍ଯ୍ୟ ପ୍ରସାଦ ହୋତା, ଟଙ୍କମଣି ସ୍ବାଇଁ, ଯାଦବ ସିଂ ବରିହା, ସୁଦାମ ମହାନନ୍ଦ ଓ ଅଶ୍ଵିନୀ ଧରୁଆ ସମ୍ମାନିତ ଅତିଥି ରୂପେ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ନଗଦ ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ। ଆଜିର ମ୍ୟାଚରେ ରାଧାକାନ୍ତ ଓ ଦୟାସାଗର ଅମ୍ପାୟାରିଂ ଏବଂ ପରାସର ଓ ବାବୁଲୁ ସ୍କୋରିଂ ଦାୟିତ୍ୱ ତୁଲାଇଥିଲେ। ସୁଶାନ୍ତ ଧାରାବିବରଣୀ ପ୍ରଦାନ କରିଥିଲେ। ମିତ୍ରଭାନୁ, ତେଜରାଜ, ପିୟୁସ, ସୁରେନ୍ଦ୍ର, ଲେକୃ, କ୍ଷମା, ଦିବ୍ୟ, ବିଦ୍ୟାଧର, ରାଜକୁମାର,ପଞ୍ଚ ନେଟିଭ,ଅନନ୍ତ ପଟେଲ,ରମେଶ ରଣା,ନାରାୟଣ ବେହେରା ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.