ଜୟ ଜଗନ୍ନାଥ କ୍ରିକେଟ ଉଦଯାପିତ: ନୂଆଁପାଲି ଚାମ୍ପିଅନ

0

ପଦ୍ମପୁର: ପଦ୍ମପୁର ନିକଟସ୍ଥ ଖୁଜେନ ଠାରେ ଜେ.ଜେ.ସି.ସି. ଦ୍ଵାରା ଆୟୋଜିତ ୬ଷ୍ଠ ଜୟ ଜଗନ୍ନାଥ କ୍ରିକେଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ। ଗୁରୁବାର ଅନୁଷ୍ଠିତ ଫାଇନାଲ ମ୍ୟାଚ ରେ ନୂଆଁପାଲି ଦଳ ଖୁଜେନ ଦଳକୁ ହରାଇ ଚମ୍ପିୟାନ ହୋଇଥିଲେ। ଉଦଯାପନୀ ଉତ୍ସବରେ ସୁଦାମ ପ୍ରଧାନ ମୁଖ୍ୟ ଅତିଥି ଏବଂ ଖଗେଶ୍ବର ବରିହା, ରାଜେନ୍ଦ୍ର ସାହୁ ଓ ଅନିରୁଦ୍ଧ ରଣା, ଲକ୍ଷପତି ସ୍ବାଇଁ, ଶିରିଶ ସ୍ବାଇଁ, କିର୍ତ୍ତନ ସାହୁ ଓ ଜୁଗଲ କୁମାର ସମ୍ମାନିତ ଅତିଥି ରୂପେ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ନଗଦ ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ। ସଂପାଦକ ନୋକେଶ ସ୍ବାଇଁ ନୂଆଁପାଲି ଦଳର ଅକ୍ଷୟଙ୍କୁ ମେନ ଅଫ ଦି ମେଚ ଓ ମେନ ଅଫ ଦି ସିରିଜ ପୁରସ୍କାର ପ୍ରଦାନ କରିଥିଲେ। ଅମ୍ପାୟାର ବିଷ୍ଣୁ, ଦେବାର, ଲକ୍ଷ୍ମୀ ଓ ଠାକୁର ଅମ୍ପାୟାରିଂ ଏବଂ ଅବିନାଶ ଓ ଚନ୍ଦନ ସ୍କୋରିଂ ଦାୟିତ୍ୱ ତୁଲାଇଥିଲେ। ସୁଶାନ୍ତ ପ୍ରଧାନ ଧାରାବିବରଣୀ ପ୍ରଦାନ କରିଥିଲେ। ସ୍ବାଗତ, ଯଦୁ, ଦେବାର୍ଚ୍ଚନ, ରଜତ, ପିଙ୍କୁ, ଲକ୍ଷ୍ମଣ, ହିମାଂଶୁ, ଚିଣ୍ଟୁ, ଅମନ ଓ କ୍ଲବର ଅନ୍ୟ ସଦସ୍ୟ ମାନେ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ। ସଭାପତି ଡୋଳାମଣି ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.