ଦର୍ପଣଗଡ଼ ଗ୍ରାମ ପଂଚାୟତରେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି

0

ବଡ଼ଚଣା ରୁ ପ୍ରଫୁଲ୍ଲ କୁମାର ସାହୁ : ଦର୍ପଣ ଗଡ଼ ସଂଖ୍ୟା ଲଘୁ ବସ୍ତିରେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର୍ ନଵାଜ୍ ଏକ ନମାଜ୍ କାର୍ଯ୍ୟକ୍ରମ ରେ ଯୋଗଦେବା ସହ ନିର୍ବାଚନ ସଭାରେ ଯୋଗ ଦେଇ ବିଜୁ ଜନତା ଦଳ ବିଜେପି ସରକାର ଙ୍କ ବିରୋଧରେ ବର୍ଷିଥିଲେ | ପଚିଶ ବର୍ଷ ସରକାରରେ ନାରୀ ନିର୍ଯାତନା ଦୁର୍ନୀତି ଭ୍ରଷ୍ଟାଚାର ବଢିବା ସହ ଦାଦନ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ | କେନ୍ଦ୍ରର ବିଜେପି ସରକାରଙ୍କ ଚାଷୀ ମାରଣ ନୀତି, ଗ୍ୟାସ ପେଟ୍ରୋଲ ଦର ଦାମ ଉପରେ ନିୟନ୍ତ୍ରଣ ନରହିବା ପ୍ରସଙ୍ଗକୁ ନେଇ ସମାଲୋଚନା କରିଥିଲେ | ଜାତୀୟ କଂଗ୍ରେସ ପ୍ରାର୍ଥୀଙ୍କୁ ଜିଟାଇବାକୁ ଅନୁରୋଧ କରିଥିଲେ ଏହି କାର୍ଯ୍ୟକ୍ରମରେ କଂଗ୍ରେସ ଯୁବ ନେତା ଶ୍ରୀଯୁକ୍ତ ରାଜ ନାରାୟଣ ମହାପାତ୍ର, କଂଗ୍ରେସ ନେତା ପ୍ରକାଶ ମିଶ୍ର, ଷୋଳ ନମ୍ବର ଜୋନ ଜିଲ୍ଳା ପରିଷଦ ପ୍ରାର୍ଥୀ ପ୍ରଦୀପ୍ତ ମହାନ୍ତି, ସରପଞ୍ଚ ପ୍ରାର୍ଥୀ ସେକ ଅରମାନ୍, ସମିତି ସଭ୍ୟ ପ୍ରାର୍ଥୀ ସନ୍ଦୀପ ସାମଲ୍ ଏସ କେ କରାମତ୍ ତୁଲା ,ସେକ ନିଜାମୁଦ୍ଦିନ ,ଏସ କେ ଫଜିଲ୍ ହକ, ବବର୍ ଖାନ, ଏସ କେ ମୋଜାଉଦିନ୍ ପ୍ରମୁଖ ଯୋଗଦେଇ ସରକାର ଙ୍କ ଜନ ବିରୋଧୀ କାର୍ଯ୍ୟ ପାଇଁ ସମାଲୋଚନା କରିବା ସହ କଂଗ୍ରସ ସମର୍ଥିତ ପ୍ରାର୍ଥୀଙ୍କୁ ବିପୁଳ ପରିମାଣ ଭୋଟ ଦେଇ ଜିତାଇବା ପାଇଁ ଜନ ସାଧାରଣ ଙ୍କୁ ଅନୁରୋଧ କରିଥିଲେ |

Leave A Reply

Your email address will not be published.