ମାହାଙ୍ଗା ରେ ତ୍ରିସ୍ତରୀୟ ନିର୍ବାଚନ ତ୍ରିମୁଖୀ ଲଢେଇରେ ବିଜେଡି-ବିଜେପି-କଂଗ୍ରେସ

0

ମାହାଙ୍ଗା/ଦେବେନ୍ଦ୍ର ଷଢଙ୍ଗି:-ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ନିର୍ବାଚନୀ ପ୍ରଚାର ମାହାଙ୍ଗା ରେ ସେତେ ସରଗରମ ହୋଇ ଉଠିଛି | ଶାସକ ଦଳର ପାର୍ଥି ଙ୍କ ପାଇଁ ମାହାଙ୍ଗା ବିଧାୟକ ତଥା ପଂଚାୟତ ରାଜ ମନ୍ତ୍ରୀ ପ୍ରତାପ ଜେନା ନର୍ବାଚନୀ ପ୍ରଚାର ମୈଦାନ କୁ ଓଲ୍ହାଇବା ପରେ ବିରୋଧୀ କଂଗ୍ରେସ ଓ ବଜେପି ମହଲରେ ଛନକା ପଶିଛି | ମନ୍ତ୍ରୀ ପ୍ରତାପ ଜେନା ମାହାଙ୍ଗା ର ୩୭ ପଂଚାୟତ କୁ ଘନଘନ ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ନିମନ୍ତେ ଭୋଟ ପ୍ରଚାର କରୁଛନ୍ତି | ବିଜେପି ପକ୍ଷରୁ ସାରଦା ପ୍ରଧାନ ଓ କଂଗ୍ରେସ ପକ୍ଷରୁ ଦେବେନ୍ଦ୍ର ସାହୁ ମଧ୍ୟ ଗାଁ ଗାଁ ବୁଲି ଦଳୀୟ ପ୍ରଥୀଙ୍କ ନିମନ୍ତେ ନିର୍ବାଚନୀ ପ୍ରଚାର ଜୋର ଦାର କରିଛନ୍ତି, ମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାର ସମୟରେ ବିଜେଡି ଦଳର ବିକାଶ ମୂଳକ କାର୍ଯ୍ୟ ଓ ଦୃଢ଼ ସଂଗଠନ ଉପରେ ଆସ୍ଥା ପ୍ରକଟ କରି ମାହାଙ୍ଗା ବ୍ଲକ ସାହାପୁର, ଚାହାପଡା ପୋଡାମରାଇ, ଜଳେଶ୍ୱରପୁର, କୁସୁପୁର ରାହାଣିଆ, ଉସୁମା, କୁହୁଣ୍ଡା, ମୁଲୁବସନ୍ତ ,କୋଳିଆଠା,ପଲ୍ଲୀସାହି, ଭଉଁରିଆ, ଭଦରେଶ୍ୱର, ନାହଙ୍ଗ ସମେତ ବହୁ ପଂଚାୟତର ବିରୋଧୀ କର୍ମୀ ମାନେ ସହ ସହ ସଂଖ୍ୟାରେ ବିଜେଡି ଦଳରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି|  ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ଜିଲ୍ଲାପରିଷଦ  ଆସନ ସହ ଦଶରୁ ଉର୍ଦ୍ଧ୍ବ ସମିତି ସଭ୍ୟ ଆସନ ରେ ବିଶେଷେ କରି ବିଜେଡ଼ି କଂଗ୍ରେସ ଓ ବିଜେପି ପାର୍ଥିଙ୍କ ମଧ୍ୟରେ କଡା ଟକ୍କର ହେବା ନିଶ୍ଚିତ ହୋଇଛି, ତେବେ ଗତ ପଂଚାୟତ ନିର୍ବାଚନରେ କେବଳ ବିଜେଡି ଓ ବିଜେପି ମଧ୍ୟରେ ଲଢେ଼ଇ ଜୋରଦାର ହୋଇଥିବାବେଳେ ବିଜେଡି ଦଳ ସମସ୍ତ ଆସନରେ ଜିତାପଟ ହୋଇଥିଲା | ଏଥର ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢେଇ ହେବା ସୁନିଶ୍ଚିତ ହୋଇଛି | ତେବେ କଂଗ୍ରେସ ଦଳ ପୂର୍ବରୁ ଏତେଟା ସକ୍ରିୟ ହୋଇନଥିବାବେଳେ ଏବେ ନିର୍ବାଚନୀ ମଇଦାନରେ ସକ୍ରିୟ ଭାବେ ପ୍ରତିଦ୍ବନ୍ଦିତା କରୁଛି | କଂଗ୍ରେସ ସକ୍ରିୟ ହେବାପରେ ଏହାର ପ୍ରଭାବ ବଜେପି ଦଳ ଉପରେ ପଡିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି | ଯଦି ଓ ପ୍ରଭାବ ବିଜେଡି ଦଳ ଉପରେ ପଡେ ଏତେଟା ଫଳପ୍ରଦ ହେବନି ବୋଲି ସାଧାରଣରେ ଆଲୋଚନା ହେଉଛି, ବିଶେଷ କରି ଏହି ଜିଲ୍ଲାପରିସଦ ଆସନରେ ତ୍ରିମୁଖୀ ଲଢେଇ ହେବା ଦ୍ୱାରା ବିଜେଡି ଦଳକୁ ଅଧିକ ଫାଇଦା ମିଳିବ ବୋଲି ଚର୍ଚା ଜୋର ଧରିଛି, ସେହି ପରି ସମିତି ସଭ୍ୟ ପଦରେ ଯେଉଁଠି ତ୍ରିମୁଖୀ ଲଢେଇ ସେଇଠି ବିଜେଡି ସମର୍ଥିତ ପ୍ରାର୍ଥୀ  ମାନେ ଅଧିକ ଫାଇଦା ନେବେ ବୋଲି ଚର୍ଚା ହେଉଛି | ଏହା ବାଦ ଯେଉଁ ପଂଚାୟତରେ ସରପଞ୍ଚ ପଦରେ ସନ୍ତୁଷ୍ଟ ଓ ଅସନ୍ତୁଷ୍ଟ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେଉଛି ସେଠାରେ ଉଭୟ ପ୍ରାର୍ଥୀଙ୍କ ସମର୍ଥକଙ୍କ ଭୋଟ ଦଳୀୟ ସମିତି ସଭ୍ୟ ଓ ଜିଲ୍ଲାପରିଷଦ ଙ୍କ ଖାତାକୁ ଯିବାଦ୍ୱାରା ଶାସକ ଦଳର ପ୍ରାର୍ଥୀମାନେ ଫାଇଦା ଉଠାଇବେ ବୋଲି ଚର୍ଚା ହେଉଛି | 

Leave A Reply

Your email address will not be published.