ରାଉରକେଲା ଅବକାରୀ ବିଭାଗ ଦ୍ୱାରା ମହୁଲି ନେଇ ଯାଉଥିବା ଏକ କାର ଜବତ

0

ରାଉରକେଲା,(ବସନ୍ତ କୁମାର ଜେନା): ରାଉରକେଲା ଅବକାରୀ ଅଧିକ୍ଷକଙ୍କ ଆଦେଶ କ୍ରମେ ରାଉରକେଲା ଅବକାରୀ ବିଭାଗର ଇନ୍ସପେକ୍ଟର ଓ ତାଙ୍କ ଷ୍ଟାଫଙ୍କ ସହ ବିଶ୍ରା ଥାନା ଅନ୍ତର୍ଗତ କରକଟା ଖୁଟଗାଁ ରେ ମଦ ଧରପଗଡ ଓ ପେଟ୍ରୋଲିଙ୍ଗ୍ କରୁଥିବା ସମୟରେ ମହୁଲି ନେଇ ଯାଉଥିବା ଏକ କାରକୁ ଜବତ କରିଛନ୍ତି | ପେଟ୍ରୋଲିଙ୍ଗ୍ କରୁଥିବା ବେଳେ ସେମାନଙ୍କୁ ସୁଚନା ମିଳିଥିଲା ଯେ ଏକ କାର ମହୁଲି ମଦ ଧରି ଯାଉଛି। ଖବର ପାଇ ଅବକାରୀ ଇନ୍ସପେକ୍ଟର ଏବଂ ତାଙ୍କ ଷ୍ଟାଫ ଗାଡ଼ି ଚେକିଂ କରୁଥିବା ସମୟ ରେ ଏକ ଟାଟା ଇଣ୍ଡିଗୋ ସି ଏସ୍ କାର ଯାହାର ନମ୍ବର ଓଆର୍ ୧୪ ଏଚ୍ ୭୬୭୫ ଗାଡ଼ି ଭିତରୁ ୩୬୦ ଲିଟର ଦେଶୀ ମହୁଲି ମଦ ଜବତ କରିଥିଲେ । ଏହା ସହିତ ଗାଡ଼ି ଚାଳକକୁ ଗିରଫ କରାଯାଇଛି।

Leave A Reply

Your email address will not be published.