ଜଗତସିଂହପୁର/ ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଝୁଲା ବାବା ମଠ ଠାରେ ତିର୍ତ୍ତୋଲ ସାମ୍ବାଦିକ ସଂଘର ଏଜ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଥିଲା। ସଭାପତି ରମାକାନ୍ତ ରାଉଳ ଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ସଂଘର ଉନ୍ନତି ପାଇଁ ସମସ୍ତ କର୍ମକର୍ତ୍ତା ଙ୍କ ଅନୁମତି କ୍ରମେ ପ୍ରସ୍ତାବ ରଖାଯାଇଥିଲା। ତିର୍ତ୍ତୋଲ ଅଞ୍ଚଳର ସମସ୍ତ ସାମ୍ବାଦିକ ଗୋଟିଏ ଛାତ ତଳେ ବା ଏକାଠି ରହିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।ବୈଠକ ଶେଷ ହେବା ପରେ ଏକ ନୈଶ ଭୋଜି ର ଆୟୋଜନ କରାଯାଇଥିଲା। ଏଥିରେ ସଂଘର ସଭାପତି ରମାକାନ୍ତ ରାଉଳ,ଉପ ସଭାପତି ଗୌରାଙ୍ଗ ଚରଣ ସ୍ଵାଇଁ, ସମ୍ପାଦକ ଟୁକୁନ ଚରଣ ସେଠୀ, ସହ ସମ୍ପାଦକ ନିଶା କର ଦାସ,କୋଷାଧ୍ୟକ୍ଷ ସୁଧାଂଶୁ ଶେଖର ପୃଷ୍ଟି ,ପ୍ରମୋଦ ଦାସ, ନୃସିଂହ ଚରଣ ବାରିକ,ଉପେନ୍ଦ୍ର ମହାନ୍ତି, ସୁଶୀଲ ମହାପାତ୍ର,ପ୍ରଭାତ କୁମାର ପରିଡା, ପ୍ରମୋଦ ମଲ୍ଲିକ, ମାନସ ସୁତାର, ଚନ୍ଦ୍ର କାନ୍ତ ବାରିକ, ରଞ୍ଜନ ଖୁଣ୍ଟିଆ, ଶିବଶ୍ଚ ପାଢୀ, ଦିଲ୍ଲିପ କୁମାର ସାହୁ, ଏମ୍ ଏସ୍ ରାଜନ କୁମାର, ପ୍ରଭାସ ରଂଜନ ଦାସ,ଜୟନ୍ତ ପରିଜା,ଶ୍ରୀକାନ୍ତ ଦଶ ପ୍ରମୁଖ ଯୋଗଦେଇଥିଲେ।
Sign in
Sign in
Recover your password.
A password will be e-mailed to you.