ଜଗତସିଂହପୁର/ସୁମନ୍ତ କୁମାର ଦାସ:ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ଗାଁ ଗହଳିରେ ରାଜନୀତି ସରଗରମ ହେବାରେ ଲାଗିଛି | ଜଗତସିଂହପୁର ଜ଼ିଲ୍ଲା ତିର୍ତ୍ତୋଲ ବ୍ଲକ କୃଷ୍ଣାନନ୍ଦପୁର ପଞ୍ଚାୟତରେ ପାର୍ଥିମାନେ ନିଜ ନିଜ ସମର୍ଥନ ମାନଙ୍କ ସହିତ ଘର ଘର ବୁଲି ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଥିଲା | କଂଗ୍ରେସ ସମର୍ଥିତ ଜ଼ିଲ୍ଲା ପରିଷଦ ପ୍ରାଥୀନି ଶର୍ମିଷ୍ଠା ଦାସ ଓ ସରପଞ୍ଚ ପ୍ରାଥୀନି ଲଳିତା ବେହେରା ତାଙ୍କ ସମର୍ଥକ ମାନଙ୍କ ସହିତ ଘର ଘର ବୁଲି ନିଜ ନିଜ ସଫକ୍ଷରେ ଭୋଟ ପ୍ରଚାର କରିଥିଲେ |ସେମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ମହମ୍ମଦ ଅବଦୁଲ ୱାହୀଦ, ଅବୁ ସୋଫିଆନ, ନିତ୍ୟାନନ୍ଦ ବେହେରା, ଚକ୍ରଧର ବେହେରା, ରମେଶ ବେହେରା, ଶେଖ ଗୁଲାମ ନବି ପ୍ରମୁଖ ପ୍ରଚାର ରେ ସାମିଲ ଥିଲେ | ସେହିପରି ଏମ. ବି. ଏ ପାଠ ପଢି ଭଲ ଦରମାରେ ଚାକିରୀ ଛାଡି ଜଣେ ଯୁବତୀ ସେ ମଧ୍ୟ ନିର୍ବାଚନ ମୈଦାନକୁ ଲଢ଼ିବା ପାଇଁ ଓଲ୍ହାଇ ଛନ୍ତି | ସେ ହେଉଛନ୍ତି କୃଷ୍ଣନ୍ଦପୁର ପଂଚାୟତର ଝିଅ ନମିତା ଖଟୁଆ | ନମିତା ଖଟୁଆ ସରପଞ୍ଚ ପାର୍ଥୀ ଓ ସୁବାଷ ଚନ୍ଦ୍ର ବେହେରା ସମିତି ସଭ୍ୟ ଭାବେ ପ୍ରତିଦ୍ବନ୍ଦିତା କରୁଛନ୍ତି | ଆଜି ପଞ୍ଚାୟତରେ ଭୋଟ ପ୍ରଚାର ବେଳେ ହାଜି ଶେଖ କଲ୍ଲୀମୁଲ୍ଲା, ଅଜୟ ଖଟୁଆ, ମହମ୍ମଦ ମାଜୁଦ ଅଲ୍ଲୀ, ମିର ଜାଫର ବେଗ, ସୟଦ ଅରେଫିନ, ସୟଦ ଆରିଫ ମହମ୍ମଦ, ଶେଖ ସଲିମ, ଶେଖ ଅମୀର ଅଲ୍ଲୀ, ଶେଖ ଅବୁ କଲାମ ୟୁସଫ, ଶେଖ ନଜିର ଅଲ୍ଲୀ, ଶେଖ ଅବଦୁଲ ଫିରାଜ, ମିର୍ଜା କୟାମ ବେଗ, ହୁମେରା ପରମିନ, ବ୍ରହ୍ମାନନ୍ଦ ଦାଶ ପ୍ରମୁଖ ପ୍ରଚାରରେ ସାମିଲ ଥିଲେ l
Sign in
Sign in
Recover your password.
A password will be e-mailed to you.
Next Post