ସାମ୍ବାଦିକଙ୍କ ବିୟୋଗରେ ଖୋର୍ଦ୍ଧା ସାମ୍ବାଦିକ ଭବନରେ ଶୋକସଭା ଅନୁଷ୍ଠିତ

0

ଖୋର୍ଦ୍ଧା/ ରବି ନାରାୟଣ ସାହୁ : କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମ ପୁର ଠାରେ ଏକ ଦୁଃଖଦ ଘଟଣା ଘଟିଛି କାର୍ଯ୍ୟରତ ଧରିତ୍ରୀ ଖବର କାଗଜର ଯୁବ ସାମ୍ବାଦିକ ରୋହିତ ବିଶ୍ୱାଳ ଖବର ସଂଗ୍ରହ କରିବାକୁ ଯିବା ବାଟରେ ମାଓବାଦୀ ମାନେ ଲ୍ୟାଡ଼ ମାଇନି ବିଛେଇ ଥିବା ବେଳେ ବିସ୍ଫୋରଣ ଘଟି ସାମ୍ବାଦିକ ଜଣକ ସେହି ସ୍ଥାନରେ ମୃତ୍ୟୁବରଣ କରିଥିଲେ। ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ଭବନ ରେ ଏହି ପରିପ୍ରେକ୍ଷୀରେ ଏକ ଶ୍ରଦ୍ଧାଞ୍ଜଳି ତଥା ଶୋକ ସଭା ଅନୁଷ୍ଠିତ ହୋଇଥିଲା | ପ୍ରକାଶ କୁମାର ହାତୀ, ପ୍ରଭାତ ପାଣିଗ୍ରାହୀ, ଲୋହିତ ମହାପାତ୍ର, ପ୍ରସନ୍ନ ପାଇକରାୟ, ପ୍ରବୀଣ ଭଞ, ବାଲାଜି ପାତ୍ର ପ୍ରମୁଖ ଉପସ୍ଥିତ ରହି ମୃତ ସାମ୍ୱାଦିକଙ୍କୁ ସହୀଦ ମାନ୍ୟତା ଓ ପରିବାର କୁ ୫୦ଲକ୍ଷ ରାଶି ପ୍ରଦାନ କରିବା ସହ ଜଣକୁ ସରକାରୀ ଚାକିରୀ ପ୍ରଦାନ କରିବା ପାଇଁ ସରକାର ଙ୍କ ପାଖରେ ଦାବି ରଖିଥିଲେ |

Leave A Reply

Your email address will not be published.