ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗି) :-ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନୀପୁର ଗ୍ରାମପଂଚାୟତରେ ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳରେ ପରିଚିତ ଯୁବ ସମାଜସେବୀ ତଥା ସମିତିସଭ୍ୟ ପ୍ରାର୍ଥୀ ଅଶୋକ କୁମାର ଓଝା ପଂଚାୟତରେ ତାଙ୍କର ଜନସମ୍ପର୍କ କାର୍ଯ୍ୟକ୍ରମ ଓ ପ୍ରଚାର ଜୋରଦାର କରିଥବା ବେଳେ ଏବେ ତାଙ୍କ ପ୍ରତି ଜନସମର୍ଥନ ବୃଦ୍ଧିପାଇବାରେ ଲାଗିଛି | ମନ୍ତ୍ରୀ ପ୍ରତାପ ଜେନାଙ୍କ ଦୃଢ ସମର୍ଥନରେ ବିଜୁ ଜନତା ଦଳ ପକ୍ଷରୁ ଜିଗ୍ନୀପୁର ଗ୍ରାମପଂଚାୟତର ସମିତିସଭ୍ୟ ପ୍ରାର୍ଥୀ ଭାବେ ଅଶୋକ କୁମାର ଓଝାଙ୍କୁ ମନୋନୀତ ହୋଇଥବା ବେଳେ ଶ୍ରୀ ଓଝା ଜିଗ୍ନୀପୁର ସ୍ଥିତ ପ୍ରସିଦ୍ଧ ବ୍ରହ୍ମକ୍ଷେତ୍ର ପୀଠ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁଙ୍କ କୃପା ଲାଭ କରିବା ପରେ ସ୍ଥାନୀୟ ଅଂଚଳର ସମସ୍ତ ଗୁରୁଜନ,ମହିଳା,ମୁରବୀମାନଙ୍କ ଆର୍ଶିବାଦ କାମନା କରି ଜିଗ୍ନୀପୁର ଗ୍ରାମପଂଚାୟତର ସମିତିସଭ୍ୟ ପ୍ରାର୍ଥୀ ଭାବେ ଘର ଘର ବୁଲି ତାଙ୍କୁ କେଟିଲ ଚିହ୍ନରେ ମୋହର ମାରି ବିପୁଳ ସଂଖ୍ୟାରେ ଜୟଯୁକ୍ତ କରିବା ପାଇଁ ପ୍ରଚାର କରୁଛନ୍ତି | ସେହିପରି ସରପଂଚ ପ୍ରାର୍ଥିନୀ ତିଳୋତ୍ତମା ରାଉତଙ୍କୁ ସୂର୍ଯ୍ୟ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଅନୁରୋଧ କରୁଛନ୍ତି । ଏଠାରେ ସୂଚନାଯୋଗ୍ୟ କି ଶ୍ରୀ ଓଝା ଦୀର୍ଘ ଦିନ ଧରି ଜଣେ ଯୁବ ସମାଜସେବୀ ଭାବେ ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳର ସମସ୍ତ ଜନସାଧାରଣଙ୍କ କଥା ସଠିକ୍ ଭାବେ ତୁଲାଇଆସୁଛନ୍ତି । ଶ୍ରୀ ଓଝା ସ୍ଥାନୀୟ ଅଂଚଳରେ ଜଣେ ସୁସଂଗଠକ, ସମାଜସେବୀ, ପରୋପକାରୀ, ମେଳାପୀ ତଥା ଯୁବନେତା ଭାବେ ବେଶ ପରିଚିତ । ଏହାପୂର୍ବରୁ ଶ୍ରୀ ଓଝା ୨୦୦୭ ମସିହାରେ ବରାଦ ପଂଚାୟତରେ ବିଜେଡି ଦଳର ସମର୍ଥନରେ ସମିତିସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୨ ମସିହାରେ କୋଲଣପୁର ପଂଚାୟତରୁ ତାଙ୍କ ପତ୍ନୀ ତଥା ବର୍ତମାନର ବ୍ଲକ ଅଧ୍ୟକ୍ଷା ସବିତା ଓଝା ମଧ୍ୟ ସମିତିସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୭ ମସିହାରେ ତାଙ୍କ ନିଜ ପଂଚାୟତ ରାମକୃଷ୍ଣପୁରରୁ ଶ୍ରୀମତୀ ଓଝା ପୁନର୍ବାର ସମିତିସଭ୍ୟା ଭାବେ ନିର୍ବାଚିତ ହୋଇ ବର୍ତମାନ ବ୍ଳକ ଅଧ୍ୟକ୍ଷା ଦାୟିତ୍ୱରେ ରହିଛନ୍ତି । ସେହିପରି ଭାବେ ସରପଂଚ ପ୍ରାର୍ଥୀ ଶ୍ରୀମତୀ ତିଳୋତ୍ତମା ରାଉତ ପଂଚାୟତବାସୀଙ୍କ ଭଲପାଇବାରେ ୨୦୧୭ ମସିହାରୁ ଏପର୍ଯ୍ୟନ୍ତ ସରପଂଚ ପ୍ରାର୍ଥୀ ଭାବେ ଲୋକମାନଙ୍କ ସେବା କରିଆସିଛନ୍ତି । ଯାହାପାଇଁ ପଂଚାୟତବାସୀଙ୍କ ଆର୍ଶିବାଦରେ ସରପଂଚ ପ୍ରାର୍ଥିନୀ ଶ୍ରୀମତୀ ରାଉତ ସୂର୍ଯ୍ୟ ଚିହ୍ନରେ ଦଣ୍ଡାୟମାନ । ତେବେ ସମିତିସଭ୍ୟ ପ୍ରାର୍ଥୀ ଅଶୋକ କୁମାର ଓଝା ଓ ସରପଂଚ ପ୍ରାର୍ଥିନୀ ତିଳୋତ୍ତମା ରାଉତ ବିପୁଳ ସଂଖ୍ୟାରେ ବିଜୟ ଲାଭ କରି ନିର୍ବାଚନ ବୈତରଣୀ ପାରିହେବେ ବୋଲି ଦୃଢ ଆଶା ଓ ବିଶ୍ୱାସ ରଖିଛନ୍ତି । ଅପରପକ୍ଷରେ ଜିଗ୍ନୀପୁର ଗ୍ରାମପଂଚାୟତର ବିକାଶମୂଳକ କାର୍ଯ୍ୟ ଏବଂ ସମସ୍ତ ଗୁରୁଜନ,ମହିଳା,ମୁରବୀମାନଙ୍କ ଆର୍ଶିବାଦ ସମିତିସଭ୍ୟ ପ୍ରାର୍ଥୀ ଶ୍ରୀ ଓଝା ଓ ସରପଂଚ ପ୍ରାର୍ଥୀ ଶ୍ରୀମତୀ ରାଉତଙ୍କ ପ୍ରତି ରହିଥିବାରୁ ବହୁ ସଂଖ୍ୟାରେ ବିଜୟ ଲାଭ କରିବେ ବୋଲି ବହୁ ବୁଦ୍ଧିଜୀବୀ , ବରିଷ୍ଠ ନାଗରିକ, ଗ୍ରାମବାସୀଙ୍କ ଭିତରେ ଚର୍ଚା ହେଉଛି ।
Sign in
Sign in
Recover your password.
A password will be e-mailed to you.