ଜଗତସିଂହପୁର/ସୁମନ୍ତ କୁମାର ଦାସ: ଗତକାଲି ଜିଲ୍ଲାପାଳଙ୍କ କାର୍ଯ୍ୟଳୟର ସମ୍ଭାବନା ସଭାଗୃହ ଠାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଜିଲ୍ଲାସ୍ତରୀୟ ପର୍ଯ୍ୟବେକ୍ଷଣ କମିଟି ବୈଠକ ଜିଲ୍ଲାପାଳ ଶ୍ରୀମତୀ ପାରୁଲ୍ ପଟାଓରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ କହିଲେ ଜିଲ୍ଲାସ୍ତରୀୟ ପର୍ଯ୍ୟବେକ୍ଷଣ କମିଟିକୁ ତହସିଲଦାର ମାନଙ୍କୁ ଡକାଯିବା ସହ ବୀମା କମ୍ପାନୀଙ୍କ ଦ୍ୱାରା କରାଯାଉଥିବା ଶସ୍ୟକାଟ ପରୀକ୍ଷାର ଫଳାଫଳ ସମୟରେ ସଂପୃକ୍ତ ରାଜସ୍ୱ ନିରୀକ୍ଷକ ମାନଙ୍କୁ ଉପସ୍ଥିତ ରହିବା ପାଇଁ ଅବଗତ କରାଯିବା ଉଚିତ । ବୈଠକରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଶାରଦ ଧାନ ଫସଲ ପାଇଁ ୧୯୮ ଟି ଗ୍ରାମ ପଂଚାୟତ ଓ ଜଗତସିଂହପୁର ପୌର ପରିଷଦ ଏହିପରି ମୋଟ ୧୯୯ଟି ସ୍ଥାନରେ ହୋଇଥିବା ୭୯୬ ଟି ଶସ୍ୟକାଟ ପରୀକ୍ଷାର ଫଳାଫଳକୁ ଅନୁମୋଦନ ନିମନ୍ତେ ଗୃହରେ ଉପସ୍ଥାପନ କରାଗଲା । ବୈଠକରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ରାଜ କିଶୋର ଦାସ ଯୋଗଦେଇ ସ୍ବାଗତ ଭାଷଣ ପ୍ରଦାନ କରିବା ସହ ବୈଠକର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଉକ୍ତ ବୈଠକରେ ଯୋଜନା ଓ ପରି ସଂଖ୍ୟାନ ବିଭାଗର ଉପ-ନିର୍ଦ୍ଦେଶିକା,ଶ୍ରୀମତୀ ସବିତା ସାହୁ ଯୋଗ ଦେଇ ବିଭିନ୍ନ ବିଭାଗ ଯଥା-କୃଷି,ପରିସଂଖ୍ୟାନ ଓ ରାଜସ୍ବ ବିଭାଗର କ୍ଷେତ୍ର ଅଧିକାରୀମାନଙ୍କ ଦ୍ୱାରା ହୋଇଥିବା ପଂଚାୟତୱାରୀ ଶସ୍ୟକାଟ ପରୀକ୍ଷାର ଫଳାଫଳ ଉପରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ୭୯୬ ଗୋଟି ଶସ୍ୟକାଟ ପରୀକ୍ଷାର ଫଳାଫଳ ମଧ୍ୟରୁ ୭୮୩ ଗୋଟି ଶସ୍ୟକାଟ ପରୀକ୍ଷାର ଫଳାଫଳକୁ ସର୍ବସମ୍ମତି କ୍ରମେ ଅନୁମୋଦନ କରାଯାଇ ଅବଶିଷ୍ଟ ୧୩ ଗୋଟି ଶସ୍ୟକାଟର ପରୀକ୍ଷାର ଫଳାଫଳକୁ ରାଜ୍ୟସ୍ତରୀୟ ପର୍ଯ୍ୟବେକ୍ଷଣ କମିଟି ଦ୍ବାରା ଆଶୁ ସମାଧାନ ନିମନ୍ତେ ପ୍ରେରଣ କରାଗଲା । ଉକ୍ତ ବୈଠକରେ ଜିଲ୍ଲା ଉନ୍ନୟନ ପରିଚାଳନା ଶ୍ରୀ ବିଶ୍ୱଭୂଷଣ ମହାନ୍ତି, ଏଲ୍.ଡି.ଏମ୍,ୟୁକୋବ୍ୟାଙ୍କ, ଏଚ୍.ଡି.ଏଫ୍.ସି (HDFC) ବୀମା କମ୍ପାନୀର ଜିଲ୍ଲା ପରିଚାଳକ ଶ୍ରୀ ଅବିନାଶ ବେହେରା, ଜିଲ୍ଲାସ୍ତରୀୟ ପର୍ଯ୍ୟବେକ୍ଷଣ କମିଟିର ସଭ୍ୟମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଉପ ନିର୍ଦ୍ଦେଶିକା ଶ୍ରୀମତୀ ସବିତା ସାହୁ ଧନ୍ୟବାଦ ଅପର୍ଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.