ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତିରେ କୋଭିଡ୍ ଟିକାକରଣ ପାଇଁ ସଚେତନତା ରଥକୁ ଆଜି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କରିଛନ୍ତି ।
ଏହି କାର୍ଯ୍ୟକ୍ରମଟି ଜିଲ୍ଲା ପ୍ରଶାସନ, ଗଜପତି ଓ ଆକ୍ସନଏଡ଼, ଭୂବନେଶ୍ବରର ମିଳିତ ଉଦ୍ୟମରେ ଜିଲ୍ଲାରେ ଆରମ୍ଭ କରାଯାଇଛି।
ତ୍ରି-ସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନକୁ ଆଖି ଆଗରେ ରଖି କୋଭିଡ୍ ସମୟରେ କୋଭିଡ୍ କଟକଣାକୁ ମାନିବା ଓ ସମ୍ପୂର୍ଣ୍ଣ ଟିକାକରଣ କରି ନିର୍ବାଚନରେ ଭାଗନେବା ତତ୍ ସହିତ ୧୫ ରୁ ୧୮ ବର୍ଷ ବୟସର କିଶୋରୀ ବାଳିକା ଓ ବାଳକ ମାନଙ୍କୁ ଟିକାକରଣରେ ଅନ୍ତର୍ଭୁକ୍ତ କରାଇବା ନିମନ୍ତେ ଏହି ସଚେତନତା ରଥ ଜିଲ୍ଲାର ସମସ୍ତ ବ୍ଲକକୁ ଯାଇ ସଚେତନ କରାଇବ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଯୋଜନା ଅନୁଯାଇ ଉକ୍ତ ସଚେତନତା ରଥ ସହ ସ୍ବାସ୍ଥ୍ୟ ବିଭାଗର ପାଞ୍ଚ ଜଣିଆ ଟୀକାକରଣ ଟିମ୍ ଘରକୁ ଘର ବୁଲି ଟୀକାକରଣ କରାଇବେ। ଏଥି ସହିତ ବ୍ଲକ୍ ସ୍ତରୀୟ ସ୍ବାସ୍ଥ୍ୟ କର୍ମୀ , ଆଶା କର୍ମୀ , ଅଙ୍ଗନୱାଡ଼ି ଏଥିରେ ଯୋଗଦେଇ ସଚେତନତା ସହ ଟିକାକରଣ ସୁନିଶ୍ଚିତ କରାଇବେ।
ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା , ଉପ-ଜିଲ୍ଲାପାଳ ଶ୍ରୀଯୁକ୍ତ ଦିଲିପ କୁମାର ମହାରଣା , ଜିଲ୍ଲା ଜରୁରିକାଳୀନ ଅଧିକାରୀ ଶ୍ରୀଯୁକ୍ତ ପ୍ରଭାସ କୁମାର ବେହୁରା , ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ ଡ଼.ମହେନ୍ଦ୍ର କୁମାର ଭୂୟାଁ , ଜିଲ୍ଲା କୁଷ୍ଠ ନିରାକରଣ ଅଧିକାରିଣୀ ଡ଼. ଇନ୍ଦିରା କୁମାରୀ ମହାପାତ୍ର , ଜିଲ୍ଲା ଜନ ସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଶ୍ରୀଯୁକ୍ତ ନେତ୍ରାନନ୍ଦ ଶତପଥୀ , ସୁରକ୍ଷା ଅଧିକାରିଣୀ ଶ୍ରୀମତୀ କେ.ସୁନିତା , ସଖୀର କେନ୍ଦ୍ର ପରିଚାଳିକା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ, ଚାଇଲ୍ଡଲାଇନ୍ ର କେନ୍ଦ୍ର ପରିଚାଳକ ଶ୍ରୀଯୁକ୍ତ ନାଗେଶ୍ବର ଚୌଧୁରୀ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମକୁ ଆକ୍ସନଏଡ଼ର ଜିଲ୍ଲା ସଂଯୋଜକ ଶ୍ରୀ ବିକାଶ କୁମାର ମେହେର ପରିଚାଳନା କରିଥିଲା ବେଳେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post