ଜଗତସିଂହପୁର-/ସୁମନ୍ତ କୁମାର ଦାସ:ଜିଲ୍ଲା ସ୍ୱାସ୍ଥ୍ୟ ସମିତି,ଜଗତସିଂହପୁର ତରଫରୁ ଫେବୃୟାରୀ ୧୦ ତାରିଖରୁ ୧୬ ତାରିଖ (୭ ଦିନ) ପର୍ଯ୍ୟନ୍ତ ହେବାକୁ ଥିବା ଜାତୀୟ କୃମି ନାଶକ ଦିବସ କାର୍ଯ୍ୟକ୍ରମ ସଂପର୍କରେ ଜିଲ୍ଲାସ୍ତରୀୟ ସଂଯୋଜନା କମିଟି ବୈଠକ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚିଦାନନ୍ଦ ସାହୁ ,ଅଧ୍ୟକ୍ଷତା କରିଥିଲେ । ଏହି କାର୍ଯ୍ୟକ୍ରମରେ ୧ରୁ ୧୯ ବର୍ଷର ଶିଶୁ ଏବଂ କିଶୋର କିଶୋରୀଙ୍କୁ କୃମିନାଶକ ସିରପ ଏବଂ ବଟିକା ଆଶା/ ଅଙ୍ଗନୱାଡୀ କର୍ମୀ/ ମହିଳା ସ୍ଵାସ୍ଥ୍ୟ କର୍ମୀମାନଙ୍କ ଦ୍ୱାରା ପ୍ରଦାନ କରାଯିବ । ୧ରୁ ୨ବର୍ଷ ଶିଶୁଙ୍କୁ ୫ମିଲି,୨ରୁ ୫ବର୍ଷ ଶିଶୁଙ୍କୁ-୧୦ମିଲି ସିରପ୍ ପ୍ରଦାନ କରାଯିବା ସହିତ ୬ରୁ ୧୯ବର୍ଷ କିଶୋର କିଶୋରୀଙ୍କୁ ଗୋଟିଏ ଲେଖାଏଁ କୃମିନାଶକ ବଟିକା ପ୍ରଦାନ କରାଯିବ। ଚଳିତ ଫେବୃୟାରୀ ରାଉଣ୍ଡ ପାଇଁ ଜିଲ୍ଲାରେ ୧ରୁ ୧୯ ବର୍ଷର ଶିଶୁ ମୋଟ ୨ଲକ୍ଷ ୩୩ ହଜାର ୬୦୬ (୨୩୩ ୬୦୬) ହିତାଧିକାରୀ ଅଛନ୍ତି । ସେଥିରୁ ୧ରୁ ୨ବର୍ଷ-୧୧,୪୮୮(ଏଗାର ହଜାର ଚାରିଶହ ଅଠାଅଶୀ),୨ରୁ ୫ବର୍ଷ-୩୮,୮୩୪(ଅଡତିରିଶ ହଜାର ଆଠଶହ ଚଉତିରିଶ) ଏବଂ ୬ରୁ ୧୯ ବର୍ଷ ୧,୮୩,୨୮୪ ଜଣ ଅଛନ୍ତି । ଏଥିପାଇଁ ଜିଲ୍ଲା ସ୍ତରରେ କୃମିନାଶକ ଓ ସିରପ୍ ଯଥେଷ୍ଟ ଭାବରେ ରହିଛି ବୋଲି ବୈଠକରେ କୁହାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସାହୁ ଉପସ୍ଥିତ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସଂପୂର୍ଣ୍ଣ ଭାବରେ କାର୍ଯ୍ୟକ୍ରମ ବୁଝି ଠିକ୍ ଭାବରେ ଆଶାକର୍ମୀ ମାନଙ୍କ ଦ୍ୱାରା ଏବଂ ଆଶାନଥିବା ସ୍ଥାନରେ ଅଙ୍ଗନୱାଡୀ କର୍ମୀମାନଙ୍କ ଦ୍ୱାରା ଘରକୁ ଘର ଯାଇ,କୋଭିଚ୍-୧୯ ନିୟମ ପାଳନ କରିବା ସହ ବଟିକା,ସିରପ୍ ପ୍ରଦାନ କରିବା ସହିତ ସୁପରଭାଇଜରମାନେ ଏହି କାର୍ଯ୍ୟକୁ ସଠିକ୍ ଭାବେ ତଦାରଖ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଡା.ଦିଲ୍ଲୀପ କୁମାର ପଣ୍ଡା,ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ପ୍ରମୋଦ କୁମାର ବାରିକ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଉଭୟ କାର୍ଯ୍ୟକ୍ରମ ବିଷୟରେ ସଂପୂର୍ଣ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସରୋଜକାନ୍ତ ମହାନ୍ତି, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା.କ୍ଷେତ୍ରବାସୀ ଦାଶ,ଡି.ପି.ଏମ୍ ଚକ୍ରଧର ଜେନା,ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଲୋଚନ ପୃଷ୍ଟି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଜ୍ୟଶ୍ରୀ ସାହୁ,ଏଡି.ପି.ଏଚ୍.ସି.ଓ ସଚଳା ମହାନ୍ତି, ଜିଲ୍ଲା ଡାଟା ମ୍ୟାନେଜର ଜ୍ୟୋତିରଂଜନ ପରିଡା, ଜିଲ୍ଲା ଭ୍ୟାକ୍ ସିନ୍ ଲଜିଷ୍ଟିକ୍ ମ୍ୟାନେଜର ପ୍ରାର୍ଥସାରଥ୍ କରଶର୍ମା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସୁକାନ୍ତ କୁମାର ପ୍ରଧାନ, ଡେପୁଟୀ ମ୍ୟାନେଜର ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ଧନ୍ୟବାଦ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.