ଯୋଗ୍ୟ ପ୍ରାର୍ଥୀଙ୍କୁ ନିର୍ବାଚିତ କଲେ ଅଞ୍ଚଳ ର ଭବିଷ୍ୟତ ସୁରକ୍ଷିତ ରହିବ-ବିଧାୟକ ବରିହା

0

ଝାରବନ୍ଦ-ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅଞ୍ଚଳରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ନେଇ ଗ୍ରାମାଞ୍ଚଳ ଗୁଡିକ ଚଳଚଞ୍ଚଳ ହୋଇ ଉଠିଛି।ଗାଁ ଗାଁ ରେ ନେତା ଙ୍କ ଭିଡ଼ ଦେଖିବାକୁ ମିଳୁଥିବା ବେଳେ ଭୋଟ ପାଇଁ ପ୍ରତିଶ୍ରୁତି ର ଲମ୍ବା ଫର୍ଦ୍ ଦିଆ ଯାଉଛି।ଏକ ଗଣତାନ୍ତ୍ରିକ ରାଷ୍ଟ୍ର ରେ ନିର୍ବାଚନ ହେଉଛି ଶ୍ରେଷ୍ଠ ପର୍ବ ।ଭୋଟର ମାନେ ଗଣତନ୍ତ୍ର ର ମୂଲ୍ୟବାନ ସମ୍ବଳ। ସେମାନଙ୍କର ବହୁ ମୂଲ୍ୟ ମତଦାନ ଗଣତନ୍ତ୍ର କୁ ସୁଦୃଢ କରିଥାଏ।ଗଣତନ୍ତ୍ର ର ଅର୍ଥ ହେଉଛି ଏମିତି ଏକ ଜୀବନ ପଦ୍ଧତି ଯେଉଁଥିରେ ସ୍ୱାଧୀନତା,ସମାନତା ଓ ବନ୍ଧୁତା ସମାଜ ଜୀବନ ର ମୂଳ ସିଦ୍ଧାନ୍ତ ହୋଇଥାଏ ଏ କଥା କହିଥିଲେ ଭାରତ ର ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକର।ଏଣୁ ସମସ୍ତ ଭୋଟର ମାନଙ୍କୁ ମୋର ବିଶେଷ ଅନୁରୋଧ ଯେ ମତାଧିକାର ସାବ୍ୟସ୍ତ କରିବା ପୂର୍ବରୁ ଉଚିତ ପ୍ରତିନିଧି ବାଛି ଆପଣଙ୍କ ପ୍ରତିନିଧି ବାଛନ୍ତୁ।ଏହି ସମୟ ରେ ଜନସାଧାରଣ ଭୋଟ ଦେବା ସହ ନିଜ ତଥା ଅଞ୍ଚଳ ର ଭବିଷ୍ୟତ କିପରି ହେବ ତାହା ନିର୍ଦ୍ଧାରିତ କରିଥାନ୍ତି। ମିଛ ପ୍ରତିଶୃତିରେ ପଡି ଅଯୋଗ୍ୟ ତଥା ଅନୁଚିତ ପ୍ରାପ୍ତ ଚୟନ କଲେ ବ୍ୟକ୍ତି ବିଶେଷ ତଥା ଅଞ୍ଚଳ ର ଭବିଷ୍ୟତ ଅନ୍ଧାର ହେବାର ଯଥେଷ୍ଠ ସମ୍ଭାବନା ରୁହେ।କୌଣସି ଲୋଭ ରେ ନ ପଡି ଲୋକଙ୍କ ହକ ପାଇଁ ଲଢ଼ିପାରୁଥିବା ଯୋଗ୍ୟ ପ୍ରାର୍ଥୀ ଙ୍କୁ ହିଁ ଭୋଟ ଦେଇ ବିଜୟୀ କରନ୍ତୁ।ପଦ୍ମପୁର ବିଧାୟକ ବିଜୟରଞ୍ଜନ ସିଂ ବରିହା ଝାରବନ୍ଧ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ କୁ ଯାଇ ଲୋକଙ୍କୁ ସଚେତନ କରିଛନ୍ତି। ଗ୍ରାମାଞ୍ଚଳର ଜଳ ଯୋଗାଣ ରାସ୍ତାଘାଟ ଅଞ୍ଚଳର ଉନ୍ନତି ଭଳି ବିଭିନ୍ନ ବିଷୟ ନିର୍ଦ୍ଧାରିତ କରିବାରେ ଜିଲ୍ଲା ପରିଷଦ ସଭ୍ୟ ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ ରହେ। ତେଣୁ ଲୋକେ ଅଞ୍ଚଳର ଉଜ୍ଜ୍ଵଳ ଭବିଷ୍ୟତ ତଥା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବିଜେଡି ପ୍ରାର୍ଥୀ ଚାଷୀ ମାନଙ୍କ ସୁଖ ଦୁଖ ସାଥି ଚାଷୀ ନେତା ସନ୍ତୋଷ ବେହେରା ଏବଂ ଶ୍ରୀ ସୁଶୀଲ କୁମାର ମରେଇ ଭଳି ଯୋଗ୍ୟ ପ୍ରାର୍ଥୀ ଙ୍କୁ ଶଙ୍ଖ ଚିହ୍ନ ରେ ଭୋଟ ଦେଇ ଜୟଯୁକ୍ତ କରାନ୍ତୁ ବୋଲି ବିଧାୟକ ଶ୍ରୀ ବରିହା ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି।

Leave A Reply

Your email address will not be published.