ପଦ୍ମପୁର- ସ୍ଥାନୀୟ ହନୁମାନ ପଡା ବାସିନ୍ଦା କୈଳାସ ଚନ୍ଦ୍ର ବରିହା(ବାବୁଲୁ)ଙ୍କ ୪୬ ବର୍ଷ ବୟସରେ ଗତ 3 ତାରିଖ ଗୁରୁବାର ଦିନ ଅକାଳ ବିୟୋଗ ହୋଇଯାଇଛି । ସେ ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲେ ଏବଂ ତାଙ୍କୁ ଚିକିତ୍ସା ପାଇଁ କଟକ ନେଉଥିବା ସମୟରେ ରାସ୍ତାରେ ତାଙ୍କ ମୃତ୍ୟୁ ଘଟିଥିଲା। ସେ ନୂଆପଡା ସ୍ଥିତ ବିଏସଏନଏଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ ଏବଂ ହନୁମାନ ପଡା କଲାମନ୍ଦିର ୟୁଥ କ୍ଲବର ଜଣେ ସକ୍ରିୟ ସଦସ୍ୟ ଥିଲେ । ତାଙ୍କ ବିୟୋଗରେ ହନୁମାନ ପଡା ସମେତ ପଦ୍ମପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପଦ୍ମପୁର ସ୍ୱର୍ଗଦ୍ୱାର ଠାରେ ତାଙ୍କ ଶେଷକୃତ୍ୟ କରାଯାଇଥିବା ବେଳେ ପୁଅ ଅବିନାଶ ମୁଖାଗ୍ନି ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.