ପ୍ରଚାର ମଇଦାନ ରେ ଯୁବ ସାମ୍ବାଦିକ ରିଙ୍କୁ ଦେବତା

0

ପଦ୍ମପୁର(ଶାସକ ପ୍ରଶାସକ)-ଆସୁଛି ପଞ୍ଚାୟତ ନିର୍ବାଚନ ଜମୁଛି ପ୍ରାର୍ଥୀ ଙ୍କ ପ୍ରଚାର। କେଉଁ ପ୍ରାର୍ଥୀ ସୋସିଆଲ ମିଡ଼ିଆ ରେ ପ୍ରଚାର କରୁଥିବା ବେଳେ କେଉଁ ପ୍ରାର୍ଥୀ ଘରଘର ବୁଲି ପୁସ କାର୍ଡ ଦେଇ ଭୋଟରଙ୍କୁ ବୁଝାଇବାକୁ ପ୍ରୟାସ କରୁଛନ୍ତି। ଗାଇସିଲେଟ ବ୍ଲକ ଗୁଦେରପାଲି,ବେହେରାବାହାଲି,ଜାମୁଟପାଲି ଏବଂ ରେଙ୍ଗାଲପାଲି ଚାରି ଖଣ୍ଡ ଗାଁକୁ ନେଇ ଗଠିତ ଗୁଦେରପାଲି ଗ୍ରାମ ପଞ୍ଚାୟତ ।ଭୋଟ ସଂଖ୍ୟା ମହିଲା୧୨୨୨ ଏବଂ ପୁରୁଷ ୧୩୦୨ ସର୍ବମୋଟ ୨୫୨୪। ପାଞ୍ଚ ଜଣ ସରପଞ୍ଚ ପ୍ରାର୍ଥୀ ପ୍ରତିଦ୍ବନ୍ଦୀତା କରୁଥିବା ବେଳେ , ସାମ୍ବାଦିକ ରିଙ୍କୁ ଦେବତା ଅନ୍ୟ ଦୁଇଜଣ ପ୍ରତିଦ୍ବନ୍ଦିଙ୍କ ସହିତ ସମିତି ସଭ୍ୟ ପ୍ରାର୍ଥୀ ଭାବରେ ଲଢେଇ କରୁଛନ୍ତି।ଆଜି ସାମ୍ବାଦିକ ରିଙ୍କୁ ଦେବତା ବେହେରାବାହାଲି ଗାଁ କୁ ପ୍ରଚାର କରିବା ପାଇଁ ଯାଇଥିଲେ ଏବଂ ସେହି ଗାଁର ଶତାୟୁ ମହିଳା ଶ୍ରୀତୁଲା ବରିହାଙ୍କ ସହିତ ସାକ୍ଷାତ କରି ତାଙ୍କ ସହିତ କିଛି ସମୟ ଗାଁର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ଶତାୟୁ ମହିଳା ମଧ୍ୟ ଖୁସି ହୋଇ ସାମ୍ବାଦିକ ରିଙ୍କୁ ଦେବତା ଙ୍କୁ ଆଶୀର୍ବାଦ କରିଥିଲେ।

Leave A Reply

Your email address will not be published.