ପଦ୍ମପୁର-ଶାସକ ପ୍ରଶାସକ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଏସ.ଡି.ପି.ଓ ବିଭୁତି ଭୂଷଣ ଭୋଇ ଙ୍କ ନିର୍ଦେଶ କ୍ରମେ ଗାଇସିଲେଟ ଥାନା ପୋଲିସ ଲୋଇସିଂହା ଥାନା ଗୁଣ୍ଡୁରୁମୁଣ୍ଡା ଗ୍ରାମ ର ରାଜକିଶୋର ସାହୁ ପିତା ଠାକୁର ସାହୁ କୁ ଗିରଫ କରିଛି।ଗିରଫ ଅଭିଯୁକ୍ତ ନିକଟରୁ ୩୦ବୋତଲ ଏସକଫ ସିରପ, କିଛି ନିଶା ବଟିକା ଏବଂ ୨୦ଲିଟର ମଦ ଗତ କାଲି ସନ୍ଧ୍ୟାରେ ଗାଇସିଲେଟ ଥାନା ଅଧିକାରୀ ବିରବର ଭଗତ,ଏସ.ଆଇ ଏମ ପ୍ରଧାନ,ଏସ.ଆଇ ଏସ କେ ଦୋରା, ଏବଂ ଏ.ଏସ.ଆଇ ଏସ କେ ଦାଶ ଥାନା ର ଅନ୍ୟ କର୍ମଚାରୀ ଙ୍କ ସହିତ ଗାଇସିଲେଟ ଥାନା ର କଲଙ୍ଗାପାଲି ଛକ ଠାରେ ଧରିଥିଲେ।ଯାଞ୍ଚ ସମୟ ରେ OR15G9616 ୱାଗନର ଗାଡି ର ପଛପଟ ରେ ଲୁଚାଇ ରଖିଥିଲା ସମସ୍ତ କଫ ସିରପ ନିଶା ବଟିକା ଓ ୨୦ ଲିଟର ମଦ ଜବତ କରାଯାଇଥିଲା।ଅଭିଯୁକ୍ତ ରାଜକିଶୋର ବିରୁଦ୍ଧରେ ଗାଇସିଲେଟ ଥାନା ରେ ଭାରତୀୟ ଦଣ୍ଡ ବିଧି ଆଇନ ର 274/275 ଆଇପିସି ଧାରା ରେ ମାମଲା ରୁଜୁ କରାଯାଇ ଆଜି ତାକୁ କୋର୍ଟଚାଲାଣ କରାଯାଇଛି।ପଞ୍ଚାୟତ ନିର୍ବାଚନ କୁ ଆଖି ଆଗରେ ରଖି ଶାନ୍ତି ଶୃଂଖଳା ରକ୍ଷା କରିବା ସକାଶେ ସ୍ୱତନ୍ତ୍ର ଦୃଷ୍ଟି ରହିବ ବୋଲି ଥାନା ଅଧିକାରୀ ଶ୍ରୀ ଭଗତ ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post