ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ ): ପାଟଣାଗଡ଼ ଉପଖଣ୍ଡର ଲରମ୍ଭା ଥାନା ଅନ୍ତର୍ଗତ ଫଟାମୁଣ୍ଡା ପଞ୍ଚାୟତର “ଲଡଙ୍ଗାଭଟା” ଗାଁର ମାର୍କଣ୍ଡ ସାଣ୍ଡଙ୍କ ସ୍ତ୍ରୀ ପ୍ରତିମା ସାଣ୍ଡକୁ ଗତ ରାତି ଏକ ଘଣ୍ଟା ସମୟରେ ଏକ ବଣୁଆ ହାତୀ ଆକ୍ରମଣରେ ଘଟଣା ସ୍ଥଳରେ ମୃତ ହୋଇଛି। ହାତୀ ପ୍ରଥମେ ଆସି ଘର ଭିତରକୁ ପଶି ଚାଉଳ ଖାଇବା ପରେ ପ୍ରତିମାକୁ ଟେକି ନେଇ କଚାଡି ଦେବା ଫଳରେ ମୃତ୍ୟୁ ହୋଇଥିଲା ପ୍ରତିମାର ସ୍ୱାମୀ ମାର୍କଣ୍ଡ ଭୟଭିତ ହୋଇ ଦୌଡ଼ି ପଳାଇ ଯାଇଥିଲେ। ଖବର ପାଇ ବନ ବିଭାଗ ଓ ଲରମ୍ଭା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତକ ପରିବାରଙ୍କୁ କ୍ଷତିପୂରଣ ଦେବା ପାଇଁ ରେଞ୍ଜର କହିଛନ୍ତି।
Sign in
Sign in
Recover your password.
A password will be e-mailed to you.