କଲେଜ ରୋଡସ୍ଥିତ କାଳୀମନ୍ଦିର ପ୍ରତିଷ୍ଠା ମହୋତ୍ସବ ।

0

ପଦ୍ମପୁର(ଶାସକ ପ୍ରଶାସକ)-ବରଗଡ଼ ଜିଲ୍ଲା ପଦ୍ମପୁର ସହର ର କଲେଜ ରୋଡ ସ୍ଥିତ କାଳୀ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଆସନ୍ତା ମାର୍ଚ୍ଚ ମାସ ରେ କରାଯିବା ପାଇଁ କାଳୀ ମନ୍ଦିର କମିଟି ତରଫରୁ ଜଣାଯାଇଛି lନିମ୍ନ କାର୍ଯ୍ୟକ୍ରମ ସୂଚୀ ଅନୁସାରେ ମନ୍ଦିର ପ୍ରତିଷ୍ଠା ମହୋତ୍ସବ କରାଯିବା ପାଇଁ ସ୍ଥିରୀକୃତ ହୋଇଛି lଆସନ୍ତା ୦୫.୦୩.୨୦୨୨ତାରିଖ ଫାଲଗୁନ ଶୁକ୍ଳପକ୍ଷ ତୃତୀୟା ଶନିବାର ଦିବସ ରେ ମଣ୍ଡଳ କରଣ ସମେତ ଅପରାହ୍ନ ୩ ଘଟିକା ସମୟରେ କଳସଯାତ୍ରା,ତା ୦୬.୦୩.୨୦୨୨ ରିଖ ରବିବାର ଫାଲଗୁନ ଶୁକ୍ଳପକ୍ଷ ଚତୁର୍ଥୀ ଦିବସ ରେ ମଣ୍ଡପ ଦେବତା ଆବାହନ, ରତ୍ନମୁଦ, ଯୂପାଧିବାସ, ବିଗ୍ରହ ଅଧିବାସ, ଧାନ୍ୟାଭିଷେକ, ଅଗ୍ନି ସ୍ଥାପନ ହେବାକୁ ଥିବାବେଳେ,ତା-୦୭.୦୩.୨୦୨୨ରିଖ ସୋମବାର ଫାଲଗୁନ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ବିଗ୍ରହ ନ୍ୟାସ, ପ୍ରାଣ ପ୍ରତିଷ୍ଠା, ଚଣ୍ଡିପାଠ, ମଣ୍ଡପ ଦେବତା ହୋମ କାର୍ଯ୍ୟକ୍ରମ ହେବାକୁ ଥିବାବେଳେ,ତା-୦୮.୦୩.୨୦୨୨ରିଖ ମଙ୍ଗଳବାର ଫାନଗୁନ ଶୁକ୍ଳ ପକ୍ଷ ଷଷ୍ଠୀ ଦିବସ ରେ କାଳୀଙ୍କର ଷୋଡ଼ଶ ଉପଚାର,ବଣ୍ଡିହୋମ,ଆବହିତ ଦେବତା ହୋମ ଏବଂ ଶେଷ ଦିବସ ତା-୦୯.୦୩.୨୦୨୨ରିଖ ବୁଧବାର ଫାଲଗୁନ ଶୁକ୍ଳ ପକ୍ଷ ସପ୍ତମୀ ତିଥି ରେ ଯୁପ ସ୍ଥାପନ,ଶିଖର କଳସ ସ୍ଥାପନ, ବିଗ୍ରହ ପ୍ରବେଶ ପରେ ପୂର୍ଣ୍ଣାହୁତି ର କାର୍ଯ୍ୟକ୍ରମ ରଖାଯାଇଛି ଏଣୁ ଶ୍ରଧାଳୁ ଭକ୍ତ ମାନେ ମୁକ୍ତ ହସ୍ତରେ ଦାନ କରିବାକୁ କମିଟି ପକ୍ଷରୁ ନିବେଦନ କରିଛନ୍ତି l ଏ ପରିପ୍ରେକ୍ଷୀରେ ମନ୍ଦିର କମିଟି ର ସମ୍ପାଦକ ଶ୍ରୀମାନ ସୈାମ୍ୟଜିତ ପାଢି ଏବଂ ସଭାପତି ଶ୍ରୀମାନ ଶିବରାମ ବୈକାର, ସଦସ୍ୟ ମେଜର ଚିତ୍ତରଞ୍ଜନ ଦାଶ,ଉଦୟ ରଞ୍ଜନ ବହିଦାର, ତାପସ କୁମାର ନାଏକ, ଦିଲ୍ଲିପ କୁମାର ଦୋରା, ହେମନ୍ତ ପଟ୍ଟନାୟକ, ରଜନୀକାନ୍ତ ବହିଦାର,ଶାଶ୍ୱତ କୁମାର ଦାସ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.