ପୃଥ୍ୱୀରାଜ ଓ ଚିତ୍ତ ସ୍ମାରକୀ କ୍ରିକେଟ୍ ଉଦଯାପିତ: ବାଲିପଟା ଚମ୍ପିୟାନ

0 2

ପଦ୍ମପୁର: ପଦ୍ମପୁର ନିକଟସ୍ଥ ବାଦିମାଲ ଠାରେ ଏମ.ଏଲ.ସି.ସି. ଦ୍ଵାରା ଆୟୋଜିତ ୧୮ତମ ପୃଥ୍ୱୀରାଜ ଓ ଚିତ୍ତ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ରବିବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ଆମ୍ବବାହାଲ ଦଳ ବନୁପାଲି ଦଳକୁ ହରାଇ ଏବଂ ବାଲିପଟା ଦଳ ପାଟଣାଗଡ଼ ଦଳକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ। ଫାଇନାଲ ମ୍ୟାଚ ରେ ବାଲିପଟା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୭ ଓଭରରେ ୨ ଉଇକେଟ ହରାଇ ୧୪୬ ରନ ସଂଗ୍ରହ କରିଥିଲେ। ଏହାର ଜବାବରେ ଆମ୍ବବାହାଲ ଦଳ ୭ ଓଭରରେ ଉଇକେଟ ନ ହରାଇ ୯୦ ରନ ସଂଗ୍ରହ କରି ପରାଜିତ ହୋଇଥିଲେ। ଉଦଯାପନୀ ଉତ୍ସବରେ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଏବଂ କେତନ ମେହେର ଓ ଗୁଡ୍ଡୁ ଅଗ୍ରୱାଲ ସମ୍ମାନିତ ଅତିଥି ରୂପେ ଯୋଗଦେଇ ବିଜେତା ଦଳକୁ ୧୫୦୦୦ ଟଙ୍କା ସହ ଟ୍ରଫି ଓ ଉପବିଜେତା ଦଳକୁ ୯୦୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ। ରଜନୀକାନ୍ତ ବାଗ ଓ ରାଜୁ ମେହେର ବାଲିପଟା ଦଳର ଆକାଶଙ୍କୁ ମେନ ଅଫ ଦି ମେଚ ମୋବାଇଲ ଓ ମେନ ଅଫ ଦି ସିରିଜ ସାଇକଲ ପ୍ରଦାନ କରିଥିଲେ ।

ଆଜିର ମ୍ୟାଚରେ ଦିଲୀପ ଭୋଇ ଓ ଅରବିନ୍ଦ ଅଗ୍ରୱାଲ ଅମ୍ପାୟାରିଂ ଏବଂ ତାପସ ଓ ଅମିତ ସ୍କୋରିଂ ଦାୟିତ୍ୱ ତୁଲାଇଥିଲେ। ଆନନ୍ଦ, ଗଣେଶ, ବିକାଶ ଓ ଦିଲୀପ ଧାରାବିବରଣୀ ପ୍ରଦାନ କରିଥିଲେ ଓ ସମସ୍ତଙ୍କ ପାଇଁ ଭୋଜନ ବ୍ୟବସ୍ଥା କରିଥିଲେ। ଲିଙ୍ଗରାଜ, ଦୀପକ, ନିଲେଶ, ସତ୍ୟ, ଧର୍ମେନ୍ଦ୍ର, ସଦାନନ୍ଦ, ଗୋକୁଳ, ସୁନୀଲ, ଶ୍ୟାମସୁନ୍ଦର, ରିଙ୍କୁ, ମୁକେଶ, ଚୁଡ଼ାମଣି, ରୁଦ୍ର, ମିଥୁନ ପ୍ରମୁଖ ବିଶେଷ ସହଯୋଗ କରିଥିଲେ। ଶେଷରେ ସଭାପତି ସୁଦାମ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.