“ଶିଶୁମାନଙ୍କ ଉଜ୍ୱଳ ଭବିଷ୍ୟତ ଗଠନରେ ଅଭିଭାବକଙ୍କ ଭୂମିକା” : ସହିଦ ଦିବସ ଅବସରରେ ବାଳ ମୁକୁନ୍ଦରେ ଅଭିଭାବକ ବୈଠକ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସତ୍ୟ ଓ ଅହିଂସାର ପୂଜାରୀ ବିଶ୍ଵର ନାୟକ ମହାତ୍ମାଗାନ୍ଧୀଙ୍କ ତିରୋଧାନ ତଥା ସହିଦ ଦିବସ ଅବସରରେ ଚଳିତ ମାସର ଶେଷ ରବିବାର ଅପରାହ୍ନ ସମୟରେ ଆଭାସୀ ମାଧ୍ୟ୍ୟମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ଶିଶୁମାନଙ୍କ ଉଜ୍ୱଳ ଭବିଷ୍ୟତ ଗଠନରେ ଅଭିଭାବକଙ୍କ ଭୂମିକା” ପ୍ରଧାନ ଆଚାର୍ଯ୍ୟ ସ୍ୱାମୀ ନିଗମାନନ୍ଦ ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମସ୍ତ ଅଭିଭାବକ ଏବଂ ବାଳ ମୁକୁନ୍ଦ ପରିବାର ସଦସ୍ୟ ଉପସ୍ଥିତ ରହି ମତାମତ ସହ ଆଭାସୀ ବାଳ ମୁକୁନ୍ଦ କାର୍ଯ୍ୟକ୍ରମ ଗୁଡିକରେ ଶିଶୁମାନଙ୍କ ଉନ୍ନତି କିଭଳି ହେଉଛି ପ୍ରକାଶ କରିଥିଲେ।
ମୁଖ୍ୟ ଅତିଥିଭାବେ ବିଶିଷ୍ଟ ଶିକ୍ଷାବିତ ତଥା ଅବସରପ୍ରାପ୍ତ ବିଶିଷ୍ଟ ପ୍ରଧାନଶିକ୍ଷକ ରାମଚନ୍ଦ୍ର ଉଦଘାତା ଯୋଗଦେଇ ନିଜର ଅନୁଭୂତି ଏବଂ ସ୍ୱାମୀ ମୁକୁନ୍ଦାନନ୍ଦ ଜୀଙ୍କ ବାର୍ତ୍ତାକୁ ବୁଝାଇ ଅଭିଭାବକ ମାନଙ୍କୁ ମାର୍ଗଦର୍ଶନ କରାଇଥିଲେ। କେନ୍ଦ୍ରର ଆଚାର୍ଯ୍ୟା ଦ୍ବୟ ମନୋରମା ପତି ଏବଂ ବିଷ୍ଣୁପ୍ରିୟା ପଣ୍ଡା ସହଯୋଗ କରିଥିବା ବେଳେ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ସମସ୍ତ କାର୍ଯ୍ୟକ୍ରମକୁ ତୁଲାଇଥିଲେ।

Leave A Reply

Your email address will not be published.