ବିଜୟ ପରିଡା ମୃତ୍ୟୁ ଉନ୍ମୋଚନରେ ବିଳମ୍ବ : ପ୍ରତିବାଦରେ ପରିବାର ଲୋକଙ୍କ ଥାନା ଆଗରେ ଧାରଣା

0

ଅସ୍ତରଙ୍ଗ/ ଦୁଃଶାସନ ନାୟକ : ପୁରୀଜିଲ୍ଲା ର ଦୀପାଞ୍ଚଳ ତାଳଦା ଗ୍ରାମପଂଚୟତର ଏଡବାଂସ ଗ୍ରାମର ବିଜୟ ପରିଡାଙ୍କ ମୃତ୍ୟୁକୁ ଇତି ମଧ୍ୟରେ ଦେଢ଼ ମାସ ପୁରିଥିଲେ ମଧ୍ୟ ମୃତ୍ୟୁ ରହସ୍ୟ ଉନ୍ମୋଚନ ନ ହେବା ଓ ଦୀର୍ଘଦିନ ଦେବ ଆସାମୀ ମାନେ ଦିନ ଦି ପ୍ରହରେ ବୁଲିବା ଆଦି ଘଟଣାକୁ ନେଇ ମୃତକ ବିଜୟ ଙ୍କ ପରିବାର ତରଫରୁ ଅସ୍ତରଙ୍ଗ ଥାନା ସମ୍ବୁକ୍ଷରେ ଧାରଣା ଦିଆ ଯାଇଥିବାର ଦେଖିବାକୁ ମିଳିଅଛି ।
ପ୍ରକାଶ ଯେ,ଗତ ଡିସେମ୍ବର 18 ତାରିଖରେ ବିଜୟ ଙ୍କର ମୃତ ଶରୀର ନିକଟରେ ଥିବା ମଦ ଦୋକାନ ର ଅନତିଦୂର ପାଣିନାଳ ଭିତରେ ଉଲଗ୍ନ ଆଵସ୍ଥାରେ ପଡିଥିଲା ବେଳେ ଉଦ୍ଧାର କରାଯାଇ ଥିଲା । ପରିବାରଲୋକ ତଥା ବିଜୟଙ୍କ ସ୍ତ୍ରୀ କୁନିଲତା ଏ ସମ୍ପର୍କରେ ଅସ୍ତରଙ୍ଗ ଥାନାରେ ଲିଖିତ ଅଭିଯୋଗ କରି ତାଙ୍କ ସ୍ବାମୀଙ୍କ ମୃତ୍ୟୁ ସହ ସମ୍ପର୍କ ଥିବା କିଛି ଯୁବକ ଙ୍କ ନାମ ଯୋଡିବାସହ ଦ ଦୋକାନ ରେ ଲାଗିଥିବା ସିସିଟିଭିର ରେକର୍ଡ଼ ଜାଞ୍ଚ କରିବା ପାଇଁ ଦାବି କରୁଥିଲେ । ହେଲେ ଏ ସମ୍ବନ୍ଧୀୟ ସମସ୍ତ ଘଟଣା ଇତି ମଧ୍ୟରେ ଦେଢମାସ ବିତି ଯାଇଥିଲେ ମଧ୍ୟ ଅସ୍ତରଙ୍ଗ ପୋଲିସ ଏହି ସମୟ ଭିତରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଏକ ଅପମୃତୁ ମାମଲା ରୁଜ୍ଜୁ କରି ବସି ରହିବାରୁ ତାର ସ୍ତ୍ରୀ କୁନି ତାଙ୍କ କିପରି ଓ କୋଉ ଅବସ୍ଥାରେ ଗ୍ରାମର କାହା କାହା ସହିତ ବସା ଉଠା କରିବିନା ପୋଷାକରେ ମଦଦୋକାନ ଠାରୁ 200 ମିଟର ମଧ୍ୟରେ ଥିବା ଧାନବିଲ ବା ପାଣି ନାଳକୁ କିପରି ଆସିଲେ ପୁନର୍ବାର ତାର ସଠିକ ତଦନ୍ତ ଦାବିକରୀ ଥାନା ଆଗରେ ଧାରଣାରେ ବସି ରହିଥିଲେ । ଅସ୍ତରଙ୍ଗ ଥାନା ଅଧିକାରୀ ଶ୍ରୀ ବାମଦେବ ନନ୍ଦ ଧାରଣା ସ୍ଥଳ କୁ ଆସି ମୃତ୍ୟୁ ରହସ୍ୟ ଖୁବ ଶୀଘ୍ର ଉନ୍ମୋଚନ ହେବାର ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

Leave A Reply

Your email address will not be published.