ରାଉରକେଲା(ବସନ୍ତ କୁମାର ଜେନା):ରାଉରକେଲା ସି ଆର ପି ଏଫ ୧୯ ବାଟାଲିଅନ ପକ୍ଷରୁ ସୁନ୍ଦରଗଡ ଜିଲ୍ଲା ଜାମୁଡ଼ିହି ଠାରେ ଏକ ସିଭିକ ଆକ୍ସନ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମାଓ ପ୍ରଭାବିତ ଅଞ୍ଚଳର ଗ୍ରାମବାସୀ ମାନଙ୍କୁ ସୋଲାର ଲ୍ୟାମ୍ପ ଏବଂ ରେଡ଼ିଓ ବଣ୍ଟନ କରାଯାଇଥିଲା ।
ମାଓ ଉପଦ୍ରୁତ ଅଞ୍ଚଳରେ ରହୁଥିବା ଗ୍ରାମବାସୀ ଙ୍କ ହୃଦୟ ଜିତିବାକୁ ୨୦୦୯ ମସିହାରୁ ସି ଆର ପି ଏଫ ପକ୍ଷରୁ ଏ ପ୍ରକାର କାର୍ଯ୍ୟକ୍ରମ ଆଦି କରାଯାଇ ଆସୁଛି। ସି ଆର ପି ଏଫ କମଣ୍ଡେଣ୍ଟ ରାଜେଶ କୁମାରଙ୍କ ସମେତ ଅନ୍ୟ ଅଧିକାରୀ ମାନେ ପହଁଚିବା ପରେ ଗ୍ରାମବାସୀ ମାନେ ବାଜା , ମୃଦଙ୍ଗ ଆଦି ବଜାଇ ସେମାନଙ୍କୁ ପାଛୋଟି ନେଇଥିଲେ। ସିଆରପିଏଫ ଅଧିକାରୀ ମାନେ ମଧ୍ୟ ଗ୍ରାମବାସୀ ମାନଙ୍କ ସହ ମିଶି ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ଗ୍ରାମ ଗୁଡିକରେ ଥିବା ସମସ୍ୟା ବାବଦରେ ସେମାନଙ୍କୁ ଜଣାଇଲେ ସମସ୍ୟାର ସମାଧାନ କରାଯାଇ ପାରିବ ବୋଲି ସିଆରପିଏଫ କମଣ୍ଡେଣ୍ଟ ରାଜେଶ କୁମାର କହିଥିଲେ । ଗ୍ରାମବାସୀ ମାନେ ମଧ୍ୟ ସେମାନଙ୍କ ସମସ୍ୟା ବାବଦରେ ଆଲୋକପାତ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post