ଜାଲ ଜାତିଗତ ପ୍ରମାଣପତ୍ର ଦେଇ ନିର୍ବାଚନ ଲଢ଼ୁଥିବା ସମିତି ସଭ୍ୟା ପ୍ରାର୍ଥୀନୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ପ୍ରତିଦ୍ୱନ୍ଦ୍ବୀ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ସରକାରଙ୍କ ଆଇନ ଅନୁଯାୟୀ କୌଣସି କ୍ଷେତ୍ରରେ ଜାତିଗତ ପ୍ରମାଣପତ୍ରକୁ ନକଲି କରି ବ୍ୟବହାର କରାଗଲେ ସେହି ବ୍ୟକ୍ତିଙ୍କ ଉପରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ। ହେଲେ ବିଭିନ୍ନ ସମୟରେ ମୋହନା ବ୍ଳକରେ ରାଜସ୍ଵ ଅଧିକାରୀଙ୍କୁ ହାତ ବାରିଶୀ କରି ଆଦିବାସୀଙ୍କ ନାମରେ ଜାଲ ପ୍ରମାଣପତ୍ର ହାତେଉଛନ୍ତି ଅଣଆଦିବାସୀ । ଏଭଳି ଏକ ଜାଲ ପ୍ରମାଣପତ୍ରକୁ ଦାଖଲ କରି ନିର୍ବାଚନ ଲଢୁଛନ୍ତି ସମିତିସଭ୍ୟା ପ୍ରାର୍ଥୀନୀ । ତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ପ୍ରତିଦ୍ଵନ୍ଦ୍ବୀ । ସ୍ଥାନୀୟ ବ୍ଳକ୍ ଅନ୍ତର୍ଗତ ମେରାପଲ୍ଲୀ ପଞ୍ଚାୟତରେ ସମିତି ସଭ୍ୟା ପ୍ରାର୍ଥୀନୀ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ଏଠାକାର ପ୍ରାର୍ଥୀନୀ ସାବିତ୍ରୀ ମଲ୍ଲିକ ଜାଲ ଜାତିଗତ ପ୍ରମାଣପତ୍ର ଦେଇ ମିଥ୍ୟା ସତ୍ୟପାଠ କରି ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ପ୍ରତିଦ୍ଵନ୍ଦ୍ବୀ ଟୁନି ମଲ୍ଲିକ।
ଏ ବିଷୟରେ ବିଡିଓ ତପସ୍ଵିନୀ ହାଁସଦାଙ୍କୁ ଟୁନି ଗତ ୨୫ରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗର ସତ୍ୟତା ଜାଣିବା ପାଇଁ ବିଡିଓ ତହସିଲଦାରଙ୍କୁ ତଦନ୍ତ କରିବା ପାଇଁ କହିଥିଲେ। ତହସିଲଦାରଙ୍କ ତଦନ୍ତ ପରେ ଜଣାପଡ଼ିଥିଲା ସାବିତ୍ରୀ ମଲ୍ଲିକଙ୍କ ଜେଜେବାପା ଚନ୍ଦ୍ରଶେଖର ମଲ୍ଲିକଙ୍କ ଜମି ପଟ୍ଟାରେ ଜାତି ପାଣ ରହିଛି। ଏହାକୁ ନେଇ ସାବିତ୍ରୀଙ୍କୁ ୭ ଦିନ ମଧ୍ୟରେ ଆବଶ୍ୟକୀୟ ନଥିପତ୍ର ପ୍ରଦାନ କରିବାକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ନଚେତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି। ଅପରପକ୍ଷେ ୨୦୧୮ରେ ଚନ୍ଦ୍ରଶେଖର ମଲ୍ଲିକ ଖାତା ନଂ-୫୨/o୪ରେ ଜାତି କନ୍ଧ ବୋଲି ଦିଆଯାଇଛି ଜମି ପଟ୍ଟା । ତେବେ ୨୦୧୮ରେ କେଉଁ ଅଧିକାରୀ ସରକାରଙ୍କ ନିୟମକୁ ଉଲଙ୍ଘନ କରି ଜାତି ପ୍ରମାଣପତ୍ର କନ୍ଧ ବୋଲି ଦେଇଛନ୍ତି ତା’ର ତଦନ୍ତ ହେବା ଦରକାର ବୋଲି ଟୁନି କହିଛନ୍ତି। ଜବାବ ଦେବାକୁ ଯାଇ ସାବିତ୍ରୀ କହିଛନ୍ତି ଆମ ଗ୍ରାମ ଟୁଟୁଗୁଡାରେ ମୋ ଜେଜେବାପା ମୁର୍ଖ ଲୋକ ହୋଇଥିବାରୁ ତାଙ୍କ ଜମି ପଟ୍ଟାରେ ପାଣ ବୋଲି ଉଲ୍ଲେଖ ରହିଛି। ବର୍ତ୍ତମାନ ମୋ ବଡବାପାଙ୍କ ନାମରେ ଥିବା କାଗଜପତ୍ରରେ (ଜମିପଟ୍ଟା ) ଆଦିବାସୀ ବୋଲି ଉଲ୍ଲେଖ ରହିଛି। ତେଣୁ ମୁଁ ଆଦିବାସୀ ଭାବେ ନିର୍ବାଚନ ଲଢ଼ିବା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛି। ଏ ସମ୍ପର୍କରେ ଟୁନି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଦ୍ଵାରସ୍ଥ
ହୋଇ ଥିଲେ ମଧ୍ୟ ସୁଫଳ ମିଳିନଥିବା କହିଛନ୍ତି।

Leave A Reply

Your email address will not be published.