ଦେବଗଡ଼/ ଅବନୀକାନ୍ତ ମିଶ୍ର : ଶୁଣିଲେନି ପ୍ରଶାସନ ଗାଁ ରାସ୍ତା ମରାମତି କଲେ ନିଜେ ଗ୍ରାମବାସୀ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ କଲଣ୍ଡା ଗ୍ରାମପଞ୍ଚାୟତ ର ସାମନ୍ତରାପାଲି ଗ୍ରାମରେ।ସାମନ୍ତରାପାଲି ଗ୍ରାମ ମଧ୍ୟ ଦେଇ ଯାଇଥିବା ତମ୍ବୁହୁଲି ମାଟି ରାସ୍ତା ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଥିବା ବେଳେ ଉକ୍ତ ରାସ୍ତାର ମରାମତି ପାଇଁ ଗ୍ରାମବାସୀ କଲଣ୍ଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ବ୍ଲକ୍ ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇ ସାରିଛନ୍ତି। ମାତ୍ର ମିଛ ପ୍ରତିଶ୍ରୁତି ଛଡା ଆଉ କିଛି ଉପଲବ୍ଧି ହୋଇନାହିଁ। ଫଳରେ ଉକ୍ତ ରାସ୍ତା ଦେଇ ଯାତାୟାତ କରୁଥିବା ଗ୍ରାମବାସୀ ଅକଥନୀୟ ଦୁର୍ଦ୍ଦଶା ର ସମ୍ମୁଖୀନ ହେବା ସହ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପ୍ରଶାସନ ର ଆଚରଣରେ ବ୍ୟଥିତ ହୋଇ ଉକ୍ତ ଗ୍ରାମର ବହୁ ବାସିନ୍ଦା ନିଜସ୍ୱ ଉଦ୍ୟମରେ ଉକ୍ତ ରାସ୍ତାର ମରାମତି କରିବାକୁ ନିଷ୍ପତ୍ତି ନେଇଥିଲେ। ସହାୟତା ଯୋଗାଇଦେବା ନିମନ୍ତେ ସେମାନେ ଜିଲ୍ଲା କୃଷକ ସଂଘ ର ସଭାପତି ଶ୍ରୀ ସେମ୍ ହେମ୍ରମ ଙ୍କୁ ଗୁହାରି କରିଥିଲେ। ଶ୍ରୀ ହେମ୍ରମ ତାଙ୍କର ନିଜସ୍ୱ ମାଟିଖୋଳା ମେସିନ୍ ଯୋଗାଇବା ସହିତ ତାର ସମସ୍ତ ଖର୍ଚ୍ଚ ମଧ୍ୟ ବହନ କରିଥଲେ। ଗ୍ରାମବାସୀ ମାନଙ୍କ ସହିତ ପୂର୍ବତନ ସରପଞ୍ଚ ଦୟାନିଧି ପାତ୍ର ଙ୍କ ତତ୍ତ୍ଵାବଧାନରେ ମିଳିତ ଭାବରେ ଉକ୍ତ ରାସ୍ତା ମରାମତି କାର୍ଯ୍ୟ କରାଯାଇଥିଲା। ସୁରେଶ ଚନ୍ଦ୍ର ଧଳ, ଦୁଃଖୀରାମ ସାହୁ, ସ୍ମିତା ଲୁଗୁନ ପ୍ରମୁଖ ଉପସ୍ଥିତ ରହି ନିର୍ମାଣ କାର୍ଯ୍ୟର ତଦାରଖ କରିବା ସହ ଗ୍ରାମବାସୀ ମାନଙ୍କୁ ଉତ୍ସାହିତ କରିଥଲେ।
Sign in
Sign in
Recover your password.
A password will be e-mailed to you.
Prev Post