ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ।

0

କଲ୍ୟାଣସିଂହପୁର-ପ୍ରଦୀପ ଦଲାଇ:ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଦଦ୍ଭାବନା ଗୃହରେ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବିଡ଼ିଓ ସୁଧାକର ରଇତଙ୍କ ଅଧକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି ।ସକାଳ ୭.୩୦ ସମୟରେ ପ୍ରତ୍ୟେକ ସରକାରୀ ବେସରକାରୀ ଶିକ୍ଷାଅନୁଷ୍ଠାନ, ମହାବିଦ୍ୟାଳୟ,ବିଭିନ୍ନ କାର୍ଯ୍ୟାଳୟ ରେ ପତାକା ଉତ୍ତୋଳନ କରିବା ପରେ ୮ଟା ସମୟରେ ବିନିସ ପୁର ସହୀଦ ପୀଠରେ ପରେ ୯ସମୟରେ ବ୍ଲକ କାର୍ଯ୍ୟାଳୟ ପରିସରରେ ପତାକା ଉତ୍ତୋଳନ କରାଯିବ ବୋଲି ନିଷ୍ପତି ନିଆଯାଇଛି ।ବିନା ଛାତ୍ର ଛାତ୍ରୀ ବିଦ୍ୟାଳୟ ରେ ପତାକା ଉତ୍ତୋଳନ କରାଯିବ ।ଯେଉଁଠି ପତାକା ଉତ୍ତୋଳନ କରାଯିବ ସେହିସ୍ଥାନରେ ସମସ୍ତେ କୋବିଡ଼ ନିୟମ ଅନୁଯାୟୀ ସାମାଜିକ ଦୂରତା, ମୁଖରେ ତୁଣ୍ଡି ଲଗାଇବା, ସାନିଟାଇଜ କରିବା ପାଇଁ କୁହାଯାଇଛି ।ଥିରେ ବିପିଏମ କଳ୍ପତରୁ ବେହେରା, ଶିକ୍ଷକ ଦେବେନ୍ଦ୍ର କୁମାର ବଛା, ନାଳଧରା ମାଧବ ରାଓ, ମହାବିଦ୍ୟାଳୟର ଅଧ୍ୟୟ ଯୋଗେଶ୍ୱରଗରଡା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.