ଜୁଆ ଆଡ୍ଡା ରେ ପୋଲିସ ଚଢ଼ାଉ, ବନ୍ଧା ହେଲେ ଛ ଜୁଆଡ଼ି।

0

ପଦ୍ମପୁର(ଶାସକପ୍ରଶାସକ)-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନା ଅଞ୍ଚଳରେ ପୋଲିସ କୁ ଖୋଲା ଚ୍ୟାଲେଞ୍ଜ ଦେଇ ଅସାମାଜିକ ଜୁଆ ଖେଳ ରେ ମାତିଛନ୍ତି।ସନ୍ଧ୍ୟା ରେ ଗାଇସିଲେଟ ଥାନା ଅଧିକାରୀ ବିରବର ଭଗତ ଓ ତାଙ୍କ ଟିମ ଏକ ଜୁଆଡ଼ି ଗେଙ୍ଗ କୁ କାବୁ କରିଛନ୍ତି।ଗାଇସିଲେଟ ବଜାର ଠାରେ ଜୁଆଖେଳ ରେ ମାତି ଥିବା ବେଳେ ପୋଲିସ ଚଢ଼ାଉ କରି ୬ ଜଣଙ୍କୁ ଗିରଫ କରିଛି।ଗିରଫ ଅଭିଯୁକ୍ତ ମାନେ ହେଲେ ସଞ୍ଜୟ ନାଗ, ପାଣ୍ଡବ ପଧାନ, କିଶୋର କୁମ୍ଭାର, ସୁଦର୍ଶନ କଲେତ ଗୋପାଳ ସେଠ,ଚିନୁ ତାଣ୍ଡି ବୋଲି ଜଣା ପଡ଼ିଛି।ପୋଲିସ ସେମାନଙ୍କ ଠାରୁ ଦୁଇ ମୁଠା ତାସ, ୩୧୫୦ଟଙ୍କା ତିନି ଗୋଟି ମୋବାଇଲ ଫୋନ, ବ୍ୟବହୃତ ବାଇକ ଜବତ କରିଛି। ପ୍ରାପ୍ତ ସୂଚନା ମୁତାବକ ଏମାନେ ସନ୍ଧ୍ୟାରେ ଗାଇସିଲେଟ ବଜାର ନିକଟ ଏକ ନିଛାଟିଆ ଜାଗା ରେ ଜୁଆ ଖେଲିଥୁବ ପୋଲିସ ବିଶ୍ୱସ୍ତ ସୂତ୍ର ରୁ ଖବର ପାଇଥିଲା ଥାନା ଅଧିକାରୀ ଶ୍ରୀ ଭଗତ ସଦଳବଳ ଚଢ଼ାଉ କରି ଥିଲେ।ପୋଲିସ କୁ ଦେଖି ଜୁଆଡ଼ି ଛତ୍ରଭଙ୍ଗ ହେଇଥିଲେ।ତେବେ ପୋଲିସ ସେମାନଙ୍କ ମଧ୍ୟରୁ ଉପରୋକ୍ତ ଛ ଜଣଙ୍କୁ କାବୁ କରିଥିଲା।ସମସ୍ତ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିବା ପୋଲିସ ପକ୍ଷ ରୁ ସୂଚନା ମିଳିଛି।

Leave A Reply

Your email address will not be published.