ଉଚ୍ଚ ଶିକ୍ଷିତା ସମିତି ସଭ୍ୟା ପ୍ରାର୍ଥୀତ୍ବକୁ ନେଇ ରେମୁଣା ଅଞ୍ଚଳରେ ଚର୍ଚ୍ଚା

0

ବାଲେଶ୍ୱର – ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଲାଗି ଅବଗଣନା ଆରମ୍ଭ ହୋଇ ସାରିଥିବା ବେଳେ ଜଣେ ଉଚ୍ଚଶିକ୍ଷିତା ସମିତି ସଭ୍ୟା ପ୍ରାର୍ଥୀତ୍ବକୁ ନେଇ ସମଗ୍ର ରେମୁଣା ତଥା ବରୁଣସିଂ ପଂଚାୟତ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି I ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ସହ ଏମଫିଲ ଏବଂ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରୁ ଏମଏଡ ଶିକ୍ଷା ସମାପ୍ତ ପରେ କେନ୍ଦ୍ରୀୟ ବିଦ୍ୟାଳୟ ସହ ତିନି ତିନୋଟି ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରିଥିବା ଏପରିକି ନିକଟରେ ମୋ ସ୍କୁଲ ଅଭିଯାନରେ ଏକ ପ୍ରତିଷ୍ଠିତ ପଦବୀକୁ ଛାଡି ବରୁଣସିଂ ପଂଚାୟତ ଅଧିନସ୍ତ ସାହାର୍ଦା ଗ୍ରାମର ଶ୍ରୀମତୀ ଶାନ୍ତା ଦାସ ସମିତି ସଭ୍ୟାଭାବେ ପ୍ରାର୍ଥୀ ହେବା ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି I
ନିଜ ପ୍ରାର୍ଥୀତ୍ବ ସମ୍ପର୍କରେ ଶ୍ରୀମତୀ ଦାସ କୁହନ୍ତି ମୁଁ ପାଠ ପଡିବା ସମୟରୁ ହିଁ ସମାଜସେବା ପ୍ରତି ମୋର ଦୁର୍ବଳତା ରହିଥିଲା I ଖାସ ସେଥିପାଇଁ ମୁଁ ସ୍ନାତକୋତ୍ତର ଓ ଏମଫିଲ ପରେ ଶିକ୍ଷକତା କରିବା ଲାଗି ଏମଏଡ ଶିକ୍ଷା ଗ୍ରହଣ କରିଥିଲି I ଏହା ପରେ ମୁଁ କିଛି ବିଦ୍ୟାଳୟରେ ଶିକ୍ଷକତା ମଧ୍ୟ କରିଥିଲି I ପରେ ପିଲାଙ୍କ ପାଇଁ ଅଧିକ କିଛି କରିବା ଲକ୍ଷ୍ୟରେ ମୁଁ ରାଜ୍ୟ ସରକାରଙ୍କ ମୋ ସ୍କୁଲ ଅଭିଯାନରେ ନିଜକୁ ସାମିଲ କରିଥିଲି I ତେବେ ଆମ ଗ୍ରାମବାସୀଙ୍କ ଭଲପାଇବା ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ମୋତେ ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ଅନୁପ୍ରାଣିତ କରିଥିଲା I ସମାଜସେବା ପାଇଁ ତୃଣମୂଳ ସ୍ତରରୁ ରାଜନୀତି ଏକ ପ୍ରକୃଷ୍ଟ କ୍ଷେତ୍ର I ଆମ ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡ଼ାକୁ ପ୍ରଧାନ୍ୟ ଦେଇ ରାଜ୍ୟ ସରକାରଙ୍କ ପ୍ରତ୍ୟେକଟି ଯୋଜନା ଯେପରି ସବୁ ଲୋକଙ୍କ ପାଖରେ ପହଂଚିବ ଏହାହିଁ ମୋ ପ୍ରଥମ ଲକ୍ଷ୍ୟ I ତେବେ ଗ୍ରାମାଞ୍ଚଳ ବିକାଶକୁ ଅଧିକ ସୁଦୃଢ ଲାଗି ମୋ ଭଳି ଅନେକ ଶିକ୍ଷିତ ଯୁବକ ଯୁବତୀ ରାଜନୀତିକୁ ଆସିବ ଆବଶ୍ୟକ ବୋଲି ସେ କହିଛନ୍ତି I
ସମାଜସେବା କ୍ଷେତ୍ରରେ ଶ୍ରୀମତୀ ଦାସଙ୍କ ବେଶ ପ୍ରସିଦ୍ଧି ରହିଛି I ନିକଟରେ ତାଙ୍କ ବ୍ୟକ୍ତିଗତ ଉଦ୍ୟମ ଫଳରେ ସ୍ଥାନୀୟ ଅଞ୍ଚଳର ଦୁଇଟି ଖେଳ ପଡିଆର ଉନ୍ନତି କରଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ବେଳେ ନୀଳଗିରି ରୋଡ ବରୁଣସିଂ ହାଇସ୍କୁଲର 5ଟି ରୂପାନ୍ତରଣ ସମ୍ଭବ ହୋଇପାରିଛି I ତାଙ୍କ ଭଳି ଜଣେ ବିଶିଷ୍ଠ ଶିକ୍ଷାବିତ୍ତ ତଥା ସମାଜସେବୀ ତୃଣମୂଳ ସ୍ତରର ରାଜନୀତିରେ ପାଦ ଥାପିଥିବାରୁ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି I

Leave A Reply

Your email address will not be published.