ରାଇଘର/ଜିତେନ୍ଦ୍ର ମହାନ୍ତି- ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦର ମହକୁମା ସ୍ଥିତ ଧଡ଼ରାପାରା ଠାରେ ଥିବା ଆମିଷ ବଜାର ଅବ୍ୟବସ୍ଥାରେ ପଡିରହିଛି l ଫଳରେ ଗ୍ରାହକ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି l
ରାଇଘର ବ୍ଲକ କାର୍ଯ୍ୟାଳୟ ପଛ ପଟେ ରହିଥିବା ଧଡ଼ରାପାରା ଠାରେ ରାଇଘର ଆମିଷ ବଜାର ରହିଥିବା ବେଳେ ପଞ୍ଚାୟତ ତରଫରୁ ମାତ୍ର ୮ଟି ଷ୍ଟୋଲ୍ ନିର୍ମାଣ କରି ବେପାରୀଙ୍କୁ ଦିଆଯାଇ ଥିବା ଯୋଗୁଁ ଏଠାରେ ଅନ୍ୟ ବେପାରୀ ମାନେ ଉଠା ଦୋକାନୀ ଭଳି ଖୋଲି ବ୍ୟବସାୟ କରୁଛନ୍ତି l ଅନ୍ୟପଟେ ଲକ୍ଷାଧିକ ଟଙ୍କା ବ୍ୟୟରେ ପିଣ୍ଡି ନିର୍ମାଣ କରାଯାଇଥିଲେ ମଧ୍ୟ ବ୍ୟବହାର ନ ହୋଇ ପଡି ରହିଛି l ଆମିଷ ବଜାର ମଧ୍ୟରେ ଜଂଗଲମୟ ପରିବେଶ ସହ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଥିବା ଯୋଗୁଁ ଗ୍ରାହକ ମଧ୍ୟରେ ଅସନ୍ତୋଷ ବାତାବରଣ ଦେଖିବାକୁ ମିଳୁଛି l ଏହି ଚିତ୍ର ହିଁ ବୟାନ କରୁଛି ଆମିଷ ବଜାର କେତେ ସ୍ୱଚ୍ଛତା ରହିଛି l ନାକ ବନ୍ଦ କରି ବଜାର ଭିତରେ ଗ୍ରାହକ ଯାଉଥିବା ବେଳେ ପରିବେଶ ଯୋଗୁଁ ଦୈନିକ ଆମିଷ ବଜାରରୁ ଦୁରେଇ ରହୁଛନ୍ତି l ସାପ୍ତାହିକ ହାଟ ରବିବାର ଦିନ ଯେଉଁ ଭଳି ସ୍ଥିତି ସୃଷ୍ଟି ହେଉଛି ସାଧାରଣ ଜନତା ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି l ଅପରପକ୍ଷେ ପ୍ରଶାସନ ପକ୍ଷରୁ ବଣ୍ଟନ କରାଯାଇଥିବା ଷ୍ଟୋଲ ଗୁଡିକ ମଧ୍ୟ ବ୍ୟବହାର ନ ହୋଇ ଅଧିକାଂଶ ସମୟରେ ବନ୍ଦ ହୋଇ ରହିଥିବା ଜଣାପଡିଛି l ଆମିଷ ବଜାର ମଧ୍ୟରେ ଭିତର ପାଶ୍ୱର ଅବସ୍ଥା ନ କହିବା ଭଲ l ବାଧ୍ୟ ବାଧ୍ୟତା ମଧ୍ୟରେ ଗ୍ରାହକ ଭିତରେ ଯାଇ କିଣାକିଣି କରୁଥିବା ବେଳେ ଏଥି ପ୍ରତି ପ୍ରଶାସନକୁର ମଧ୍ୟ ଦୃଷ୍ଟି ପଡୁ ନାହିଁ l ଏହି ଭଳି ଅବ୍ୟବସ୍ଥାରେ ଆମିଷ ବଜାର ଗତି କରୁଥିବା ବେଳେ ଗ୍ରାହକ ମାନେ ଅନ୍ୟ ସ୍ଥାନରେ ଯିବାକୁ ବାଧ୍ୟ ହେଉଛନ୍ତି l କୁକୁଡା ପର ଠାରୁ ଆରମ୍ଭ କରି ମାଛ ଛାଲ ଗୁଡିକ ପାହାଡ ଭଳି ଗଦା ହୋଇ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି l ବର୍ତମାନ ଏହି ଦୁର୍ଗନ୍ଧମୟ ପରିବେଶ ମୁଖ୍ୟ ରାସ୍ତା ଉପରେ ଯାତାୟାତ କରୁଥିବା ପଥଚାରୀ ମଧ୍ୟ ହଇରାଣ ହେଉଛନ୍ତି l ପ୍ରଶାସନ ଏଥି ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଛି l
Sign in
Sign in
Recover your password.
A password will be e-mailed to you.
Next Post